ବିଳାପ ଗୀତିକା..(ସନେଟ୍) - ଅରୁଣ କୁମାର ମହାନ୍ତି



ନିସ୍ତବ୍ଧ ନିଶିର ସେ ନୀରବ ପ୍ରହରରେ


ନିଦହଜା ନୟନରେ ଚାହିଁ ଥିବା ବେଳେ


ଇଛାହୁଏ ଦେଖିବାକୁ ତୋତେ ସପନରେ


ପ୍ରୀତିର ସଳିତା ଜାଳି ଅନ୍ଧାରର କୋଳେ....!!

ନିଦାଘ ତପତ ଥିଲା ମୋର ଏହି ମନ


କାହୁଁ ଆସି ଝରାଇଲ ପ୍ରୀତିର ଶ୍ରାବଣ


ଉତ୍ତପ୍ତ ତନୁ ମୋ ସାଜିଲା ଶୀତଳ ଜହ୍ନ


ତୁମ ସ୍ପର୍ଶେ ଦେହେ ଖେଳିଗଲା ଶିହରଣ.....!!

ବଞ୍ଜର ମନେ ମୋ ପ୍ରେମ ବୀଜ ଦେଲ ବୁଣି


ଧିରେଧିରେ  ହୃଦେ ସବୁଜିମା ଗଲା ଖେଳି


ପ୍ରିତିଲଗ୍ନା  ମନେ  ଚାନ୍ଦର  ଓଢଣି  ଟାଣି


କରିଲି ନିଜର  ସାଜି  ତୁମେ  ଗଳା  ମାଳି....!!

ବିଷାଦ ବିଳାପ ଗୀତ ଗାଉଥିବି ବସି


ବିଗତ ଜୀବନ ଗାଥା ହେଉଥିବି ଘୋଷି...!!

ଅରୁଣ କୁମାର ମହାନ୍ତି
ଇଶାଣ ପୁର, ଯାଜପୁର
ଦୂରଭାଷ:- ୬୩୭୦୨୭୫୧୬୯

Post a Comment

0 Comments