ଗଛପତର
ସବୁଜ ରାଶି
ବରଷା ପାଇ
ହୁଅଇ ଖୁସି।୧।
ଚଷାପୁଅଟି
କ୍ଷେତକୁ ଯାଏ
ଖୁସିରେ ପୁଣି
ଗଛ ଲଗାଏ।୨।
ଶ୍ରମର ଫଳ
ମିଳଇ ତେବେ
ହୁଅଇ ପୁଣି
ଅମଳ ଯେବେ।୩।
ଜଗତ ହସେ
ତାହାରି ପାଇଁ
ତାବିନା ପୁଣି
ଗତି ଯେ ନାହିଁ।୪।
ଶ୍ରମର ମୂଲ୍ୟ
ନୁହେଁ ନିଷ୍ଫଳ
କଷ୍ଟ କରିଲେ
ମିଳଇ ଫଳ।୫।
![]() |
ଆସରେ ଆମେ
ଶ୍ରମ କରିବା
ସୁନାର ଦେଶ
ନିଜେ ଗଢିବା।୬।
ତାହାରି ପାଇଁ
ଜଗତ ହସେ
ଅନ୍ଧାରେ ପୁଣି
ଆଲୁଅ ଆସେ।୭।
ଶ୍ରମ ବିମୁଖ
ହୋଇବା ନାହିଁ
କର୍ମ କରିବା
ଉନ୍ନତି ପାଇଁ।୮।
ଏତିକି କଥା
ବୁଝିଲେ ଭାଇ
ଦୁଃଖ ତ କେବେ
ଆସିବ ନାହିଁ।୯।
ଆମେ ମଣିଷ
ନୀଚ ନୁହଁଇ
କର୍ମ କରିବା
ସବୁରି ପାଇଁ।୧୦।
ଅଜୟ କୁମାର ବେହେରା
ମୋରଡ଼ା, ମୟୂରଭଞ୍ଜ।
9776025458



0 Comments