ଛୋଟ ଥିଲା ବେଳେ ମୁଁ ଫକିର ମୋହନ ସେନାପତିଙ୍କ ସବୁ ଗପ ଓ ଲେଖା ଗୁଡ଼ିକୁ ବହୁତ ଆଗ୍ରହର ସହ ପଢେ । ଯେଉଁ ବି ଗପ ହେଉ ତାଙ୍କ ର ଥରେ ଆରମ୍ଭ କଲେ ତାକୁ ନସରିବା ଯାଏଁ ମୁଁ ମୋ ବହି ପାଖରୁ ଉଠିବାକୁ ଇଛା ହୁଏ ନା। ଆଉ ତାଙ୍କ ର ପ୍ରତି ଟି ଗପ ଓ ଲେଖା ମୋ ପଢ଼ିବାର ଜିଜ୍ଞାସା କୁ ଆହୁରି ବଢେଇ ଥାଏ । ଆଉ ମୋ ହୃଦୟ କୁ ଛୁଇଁ ଯାଏ। ତାଙ୍କ ର ସବୁ ଗପ ତ ମୋତେ ବହୁତ୍ ଭଲ ଲାଗେ
ତନ୍ମଧ୍ୟରୁ ରେବତୀ, ଛମାଣଆଠଗୁଣ୍ଠ,ସୁନାଵହୁ , ରାଣ୍ଡିପୁଅ ଅନନ୍ତା ଆଉ ଗାରୁଡିମନ୍ତ୍ର ମୋତେ ବହୁତ୍ ଆକର୍ଷିତ କରିଛି।
ଏ ସବୁ ଗପ ମୁଁ ପ୍ରାୟ ୧୦ରୁ ଅଧିକ ଥର ପଡ଼ିଛି। ତାଙ୍କ ର ରେବତୀ ଗପରେ ସେତେବେଳେ ସମାଜରେ ନାରୀର ଶିକ୍ଷା କୁ ନେଇ ଯେଉଁ ଅନ୍ଧବିଶ୍ୱାସ ରହିଥିଲା ତାହା ସେ ବର୍ଣ୍ଣନା କରିଥିଲେ। ସେହି ସମୟରେ କୁସଂସ୍କାର, ଅନ୍ଧବିଶ୍ୱାସ,ଵର୍ଣ୍ଣଵୈଷମ ଓ ଜାତିପ୍ରଥା ବ୍ୟବସ୍ଥା ସମାଜକୁ ସମ୍ପୂର୍ଣ୍ଣ ଭାବେ କଳୁଷିତ କରିରଖିଥିଲା। ନାରୀ ମାନଙ୍କ ଶିକ୍ଷା କୁ ଏତେ ଗୁରୁତ୍ୱ ଦିଆଯାଉନଥିଲା। ନାରୀ କ'ଣ ପାଠ ପଢିବେ ସେମାନଙ୍କ ଜନ୍ମ ତ ହାଣ୍ଡିଶାଳକୁ ,ଚୁଲିମୁଣ୍ଡକୁ ଆଉ ପରଘରକୁ।
ଏପରି ଘୃଣ୍ୟ ଚିନ୍ତାଧାରା ଲୋକଙ୍କ ମନରେ ବସା ବାନ୍ଧି ରହିଥିଲା। ଫକିର ମୋହନ ସେନାପତି ତାଙ୍କ ରଚିତ ରେବତୀ ଗପରେ ରେବତୀ ର ପାଠପଢ଼ା କୁ କିପରି ତା ଵୁଢି ଜେଜେମା ବିରୋଧ କରୁଥିଲେ ଓ ପର ମୂହୁର୍ତ୍ତ ରେ ଯେଉଁସବୁ ଅସୁବିଧା ସବୁ ଘଟିଲା ସେଥିପାଇଁ ରେବତୀ ର ପାଠପଢ଼ାକୁ ଦାୟି କଲେ ସେ ବିଷୟରେ ଆଲୋଚନା କରିଥିଲେ।
ହେଲେ ବର୍ତମାନ ସେ ସମୟ ନାହିଁ କି ସମାଜରେ ନାରୀ ଶିକ୍ଷା କୁ ନେଇ ଵିରୋଧ ନାହିଁ। ନାରୀମାନେ ଆଜି ପୁରୁଷମାନଙ୍କ ପରି ସମାନ ଆଉ ସବୁଥିରେ ସାମିଲି ହୋଇ ପାରୁଛନ୍ତି। ଆଜିର ନାରୀ ମହାକାଶ ରେ ପହଞ୍ଚିଲେଣି। ପରିବାର ଓ ସମାଜ ର ସମସ୍ତେ ନାରୀମାନଙ୍କର ଶିକ୍ଷା ର ଉନ୍ନତି ପାଇଁ ଏବେ ବହୁତ୍ ଚିନ୍ତିତ। ଆଉ ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଵି ନାରୀ ମାନଙ୍କୁ ବର୍ତ୍ତମାନ ମିଳୁଛି।
କିନ୍ତୁ ବର୍ତମାନ ରେବତୀ ମାନଙ୍କ ର ଆଉ ଶିକ୍ଷା ଲାଭ ର ଭୟ ନାହିଁ। ହେଲେ ତାଙ୍କୁ ଯେଉଁ ଶିକ୍ଷା ଗ୍ରହଣ କରିବା ପାଇଁ ସେମାନେ ବାହାରକୁ ଗୋଡ଼ କାଢୁଛନ୍ତି ବାଟରେ କିଛି ନରରାକ୍ଷସ ମାନଙ୍କ କବଳରେ ପଡିଯାଇଛନ୍ତି। ଯେଉଁ ମାନେ ପଶୁ ପରି ତାଙ୍କ ଦେହକୁ ଛିନ୍ନବିଛିନ୍ନ କରି ଜୀବନ୍ତ ଖାଇ ଯାଉଛନ୍ତି। ଆଉ କିଛି ରେବତୀ ମାନେ ଯୈାତୁକ ପରି କୁପପ୍ରଥା ଓ ନିର୍ଯାତନାର ଶିକାର ହେଉଛନ୍ତି।
ଯୈାତୁକ ପାଇଁ ତାଙ୍କୁ କେତେ ନିର୍ଯାତନାର ଶିକାର ହେବାକୁ ପଡୁଛି ଆଉ ଶେଷରେ ନିଜ ଜୀବନ ହରେଇବାକୁ ପଡୁଛି।
ଫକିର ମୋହନ ସେନାପତି ଙ୍କ ଗପର ରେବତୀ କେବଳ ପାଠପଢିଲା ଵୋଲି ତା ଜେଜେମା ର କଟୁକଥାର ଶିକାର ହେଇଥିଲା ହେଲେ ବର୍ତମାନ ର ରେବତୀ ମାନେ ବଲତ୍କାର, ଯୈାତୁକ ନିର୍ଯାତନା ଓ ଘୋରୋଇ ହିଂସା ର ଶିକାର ହେଉଛନ୍ତି ।
ଶେଷରେ କିଏ ତାଙ୍କୁ ଜୀବନ ରୁ ମାରିଦେଉଛି ନହେଲେ ସେମାନେ ନିଜେ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଵିକୁ ବାଧ୍ୟ ହେଉଛନ୍ତି। ସବୁ ସମୟରେ ରେଵତି ମାନେ ହିଁ ଶିକାର ହେଉଛନ୍ତି।
ଦେବିପ୍ରିୟା ଦାସ୍
ଭୁବନେଶ୍ଵର।



0 Comments