ଦେଖିଛି ମୁଁ - ଅର୍ଚ୍ଚନା ଦେଓ


ଦେଖିଛି ମୁଁ

ତାର ସହନଶୀଳତା ଶକ୍ତିକୁ

ତ୍ୟାଗର ପରିଭାଷାକୁ

ସ୍ନେହ ଭରା ପଣତ କାଣିରେ

ପୋଛୁ ଥିବା ହାତକୁ

ହାଣ୍ଡି ଶାଳାରେ ବସି

ଦେହରୁ ଝାଳ ବହୁଥିବା

ପରିଶ୍ରମର ପରଶକୁ

ଢ଼ିଙ୍କି ଶାଳାରେ କୁଟୁ ଥିବା

ଥକି ଯିବା ପାଦର କଷ୍ଟକୁ

ପୁଣି ଦେଖିଛି ମୁଁ

ପରିବାର ଜଞ୍ଜାଳକୁ

ବହୁଥିବା କାନ୍ଧକୁ

ନିଜେ ନ ଖାଇ

ସମସ୍ତଙ୍କୁ ଖୁଆଇ ଦେଉ ଥିବା

ମମତା ମୟୀ ମାଆର ଆନନ୍ଦକୁ।

    ଅର୍ଚ୍ଚନା ଦେଓ
ଯାଜପୁର, ବାରଗାଡ଼ିଆ

Post a Comment

0 Comments