ଇଂରେଜ ଶାସନେ କବଳିତ ଥିଲେ
ଆମ ଏ ଭାରତବାସୀ
ସ୍ଵାଧୀନତା ପାଇଁ ପ୍ରାଣ ବଳି ଦେଲେ
ଭାରତର ମହା-ମହିଷୀ ll
ସ୍ଵାଧୀନତା ପରେ ଭାରତ ହେଲା
ଧର୍ମ ନିରପେକ୍ଷ ରାଷ୍ଟ୍ର
ଏକତା ସୂତ୍ରରେ ଗୁନ୍ଥିତ ହୋଇ
ବିବେଚିତ ହେଲା ଶ୍ରେଷ୍ଠ ll
ନାରୀ ଶିକ୍ଷାକୁ ଭାରତେ ମିଳିଲା
ସର୍ବଶ୍ରେଷ୍ଠ ଅଧିକାର
ନାରୀଙ୍କୁ ସ-ସମ୍ମାନେ ବଞ୍ଚିବାକୁ ହେଲା
ସ୍ୱୀକୃତି ମିଳିଲା ସମାଜର।।
ବାଲ୍ୟ ବିବାହ ପ୍ରଥା ବନ୍ଦ ହେଲା
ପରିଣତ ବୟସେ କଲେ ବିବାହ
ଆଇନ୍ ବ୍ୟବସ୍ଥା ସୁଦୃଢ ହେଲା
ନିର୍ଦ୍ଦୋଷ ପାଇଲା ନ୍ୟାୟ ll
ସ୍ଵାଧୀନ ଭାରତେ ଶାସନ ପଦ୍ଧତି
ହୋଇଛି ଆଜି ସୁଦୃଢ
"ଗଣତନ୍ତ୍ର ପଦ୍ଧତି" ଶାସନ ନୀତିରେ
ଆମେ ବାଛୁଛେ ନେତା ଆମର ll
ମୁକ୍ତ ବିହଙ୍ଗ ପରି ଆମେ ଆଜି
ବଞ୍ଚିଅଛେ ଭାରତରେ
ନିଜ ଇଚ୍ଛାରେ ବାଟ ତ ଚାଲୁଛେ
ପ୍ରତିବନ୍ଧ କିଛି ନାହିଁରେ ll
ଶ୍ରଦ୍ଧାଞ୍ଜଳି ପଣ୍ଡା
ଭୁବନେଶ୍ବର



0 Comments