ବାପା,
ଶବ୍ଦରେ ସୀମିତ ନୁହେଁ,
ନିଃଶବ୍ଦରେ ଅସୀମିତ,
ସେ ଭାବର ଭୂମଧ୍ୟ ସାଗର,
ଭାବନାର ପାରିଜାତ ।
ବେସ୍ ପ୍ରସାରିତ ତାଙ୍କ ଛାତି,
ଠିକ୍ ଆକାଶ ପରି,
ଆଙ୍କ ଅବା ଆଞ୍ଚୁଡ
ସେ ସ୍ଥବିର ପାହାଡଟିଏ,
ପୁଣି ଝରଣାଟିଏ
ଗତିଶୀଳ କୁଳୁକୁଳୁ ନାଦକରି ।
ବାପା ଏକଦିବସୀୟ ମ୍ୟାଚ ନୁହେଁ,
ସାମାଜିକ ଗଣମାଧ୍ୟମରେ
ଶ୍ୱେତପତ୍ର ନୁହେଁ,
ଫଟ ପ୍ରଦର୍ଶନୀ ନୁହେଁ,
ତମାମ ଜୀବନ ସେ ଜଣେ
ତପସ୍ୱୀ, ତପୋବନ
ତା ମଧ୍ୟେ ସେ
ତାରକସି କାମଟିଏ ।
ବାପା
ନିସ୍ୱ ନୁହେଁ, ନିଜସ୍ଵ, ନିଶାସକ୍ତ,
ବିଷ ନୁହେଁ, ବିଷୁବ ବୃତ୍ତ, ,ଅମୃତ,
ପାଟକନା ମଧ୍ୟେ ବନ୍ଧା ସେ
ପବିତ୍ର ଗ୍ରନ୍ଥ,
ତା ମଧ୍ୟରେ ଚଳାଚଳ କରୁଥିବା
ସେ ଭାବର ଭାବାର୍ଥ ।
ବାପା,
ଠାକୁର ନୁହେଁ, ଜୀବନ୍ତ ଠାକୁର,
ଅନାବଶ୍ୟକ ଆରାଧନା,
ଆବଶ୍ୟକ ପାପୁଲିର ପ୍ରୀତି ଆଉଁଷା,
ହୃଦୟରୁ ଦିପଦ କଥାର
କସ୍ତୁରୀ ବାସନା,
ସେତିକିରେ ସେ ଫୁଟାଣିରେ
ଫୁଟା ପାଣିରେ
ସ୍ନାନ କରିବାକୁ ତୟାର୍ ।
ବାପା,
ଛାପାଖାନା ନୁହେଁ,
ଛନ୍ଦଗୀତ ଶିଖାଯାଉଥିବା
ଏକ ମୁକ୍ତ ବିଶ୍ଵବିଦ୍ୟାଳୟ,
ଦିନର ଯଜ୍ଞ,
ସନ୍ଧ୍ୟାର ସତସଙ୍ଗ,
ଆମ ମନ୍ଦିରର ପବିତ୍ର
ସମର୍ଥ ପୂଜକ,
ତେଣୁ କାୟମନବାକ୍ୟରେ
ଆସ କରଯୋଡିଦେଇ ଜାଣିବା
ଆଉ ଜିଣିବା ତାଙ୍କ ହୃଦୟ ।।
ସୁଜିତ୍ କୁମାର ମିଶ୍ର
ସୌଜନ୍ୟ ସମ୍ପାଦକ - ପ୍ରୀତି ପ୍ରଣତି
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝରଗଡ
୭୬୮୩୮୬୭୭୪୨


0 Comments