ଅଟକିଥିଲା ନନ୍ଦିଘୋଷ କୁହ ଯା' ପାଇଁ
ସେଇ ଭକତ କି ଛୁଇଁଲା ଶ୍ରୀକ୍ଷେତ୍ର ଭୂଇଁ
ହଟିଆ ଠାକୁର ଜାଣିଥିଲା ଏ ଜଗତ
କା' ଲାଗି ଭିଆଇଲ ହଟ ହେ ନନ୍ଦସୂତ
ଆସିବ ବୋଲି କରିଥିଲ ପ୍ରତିକ୍ଷା ଯା'ର
କିଏ ସେହି ଶ୍ରେଷ୍ଠ ବନ୍ଧୁ କୁହ ରମାବର॥
ହିନ୍ଦୁ,ଖିରସ୍ଥାନ ଅବା ଜାତିରେ ଯବନ
କୋଉଠୁ ଆସୁଛି ସିଏ କରିଛି କି ପୂଣ୍ୟ
ଦେଖାଇ ଦେଲ ତା' ଲାଗି ଏମିତିକା ଲୀଳା
କେହି ତ ପାରିଲେନି ବୁଝି ହେ ନନ୍ଦବଳା
ଶରଧା ବାଲିର ରେଣୁ ପାଇବ ମୁକତି
ପ୍ରବେଶିଲେ ଶୂନ୍ୟବ୍ରହ୍ମ ସେ ଜଗତପତି॥
ଭକତର ବନ୍ଧୁ ବୋଲି ରଖିଲ ତା' ମାନ
ଯୁଗେ ଯୁଗେ ତୁମେ ତ ଶ୍ରେଷ୍ଠ ଚକାନୟନ॥
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ


0 Comments