ଦୁଇଟି ଅକ୍ଷର ରେ ଗଢା ଶଦ୍ଦ ଟି ବାପା
ହେଲେ ଅର୍ଥ ଟି ଏହାର ଭାରି ବୃହତ।
ମାତା ବିନା ଘର ଟି ଶୂନ୍ୟ
ବାପା ବିନା କିନ୍ତୁ ସାରା ଦୁନିଆ
ହୋଇଯାଏ ଟି ପୁରା ଅନ୍ଧାର।
ପୁରା ପୃଥିବୀରେ ବାପା ଜଣେ ମଣିଷ
ଯିଏ ଦେଖାଇ ପାରନ୍ତି ନି ତାଙ୍କ
ହୃଦୟରେ ଥିବା ଭଲ ପାଇବା ନିଜ
ପିଲା ପାଈଁ ତେଣିକି ପିଲା ପାଈଁ
ଛାତି ରେ ତାଙ୍କର ରହିଥାଏ ଅସୀମ
ସେନେହ ମମତା।
ନିଜ ଭଲମନ୍ଦ ଭୁଲି ବାପା ନିଜ
ପିଲାଙ୍କ ଖୁସି ପାଇଁ ଦିନ ରାତି
କରନ୍ତି ଝାଳଵୁହା ପରିଶ୍ରମ।
ସମାଜ ରେ କିପରି ହେବେ
ମୋ ପିଲା ବଡ଼ ମଣିଷ ହେବ
ଆଉ କିପରି ଭଲ ଖଣ୍ଡେ ପିନ୍ଧିବ
ଓ ଖାଇପିଇ ଭଲରେ ଅନ୍ୟ
ପିଲାଙ୍କ ପରି କିପରି ନିଜ
ଜୀବନ ଓ ସୁନେଲି ଭବିଷ୍ୟତର
ସ୍ବପ୍ନ କୁ କରିଵ କେମିତି ସାକାର
ତାହାକୁ ପୁରଣ କରିବା କୁ ଯାଇ
ଖଟି ଖଟି କଟିଯାଏ ବାପାଙ୍କ ଜୀବନ।
ବାପା ଥିଲେ ପିଲାକୁ ମିଳେ ଖାଦ୍ୟ
ରହିବାକୁ ଘର ଆଉ ସାହାସ।
ବାପା ହେଉଛନ୍ତି ଧୈର୍ଯ୍ୟ ,ଦମ୍ଭ
ପୁଣି ବାପା ହିଁ ସାହାସ।
ବାପା ଥିବା ସନ୍ତାନ
କେବେବି ସଭାରେ ହାରେ ନାହିଁ।
ବାପା ହିଁ ହେଉଛନ୍ତି ସବୁ
ପ୍ରେରଣା ଓ ଶକ୍ତି ର ଉତ୍ସ।
ବାପା ପାଖେ ଥିଲେ ମିଳିଯାଏ
ସବୁ ଅସୁବିଧା ରୁ ବାହାରିବା ର ସମାଧାନ।
ବାପା ନଥିଲେ ଜୀବନ
ହୋଇଯାଏ ପୁରା ଛାରଖାର।
ପିତା ସ୍ବର୍ଗ, ପିତା ଧର୍ମ
ପିତା ହିଁ ପରମ ତପ,
ପିତୋରି ପ୍ରିତିମା ପନୟ,
ପ୍ରିୟନ୍ତେ ସର୍ବ ଦେବତା।
ଦେବିପ୍ରିୟା ଦାସ୍
ଭୁବନେଶ୍ଵର।


0 Comments