ବୋଉ - ପ୍ରୀତିସୀମା ସ୍ୱାଇଁଙ୍କ ରଚନାରୁ



ବୋଉ......

ତୁ ଠିକ୍  ସାଗର  ପରି

ବିଶାଳ ତୋର ହୃଦୟ    I

ତୁ ସୁଖ ବାଣ୍ଟୁ

ନିଜେ ବେଦନାର ବିଷ ପିଇ I

ତୁ ଜୀବନ ଦେଉ

ନିଜେ ଗର୍ଭ କଷ୍ଟ ସହି I

ତୁ କ୍ଷୁଧାର୍ତ୍ତକୁ  ଖାଦ୍ୟ ଦେଉ

ନିଜେ ଭୋକିଲା   ରହି I

ବୋଉ....

ତତେ  ଆଙ୍କିବାକୁ

ମୋ ପାଖେ ଭାଷା ନାହିଁ I

ତତେ ସଜେଇବାକୁ

ମୋ ପାଖେ ଶବ୍ଦ ନାହିଁ  I

ତତେ ଭଲପାଇବାକୁ

ମୋ ପାଖେ ତୋ ପରି ହୃଦୟଟେ କାହିଁ  ?

ତୁ ଖାଲି ରୂପଟିଏ

ତୋ ସମ କେହି ଜଣେ ନାହିଁ   I


ପ୍ରୀତିସୀମା ସ୍ୱାଇଁ, 
ଆନନ୍ଦପୁର, କେନ୍ଦୁଝର

Post a Comment

0 Comments