କବିତା ଆଜି ବି ବଞ୍ଚିଛି - ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ରଚନାରୁ


କାଲି ବଞ୍ଚିଥିଲା    ଆଜି ବି ବଞ୍ଚିଛି

       ଆମ ଏ ଓଡ଼ିଆ ଜାତି

କାଲି ଓଡ଼ିଆରେ    କଥା ହେଉଥିଲେ

        ଆଜି ବି ଓଡ଼ିଆ ଅଛି ।। 

ଯୁଗେ ଯୁଗେ ଆମ    ସାହିତ୍ୟ ତ ଥିଲା

        ଆଜି ବି ସାହିତ୍ୟ ଅଛି

ସାହିତ୍ୟ ରସରେ    ବିମୋହିତ ହୋଇ

         ଲେଖନୀ ଏବେ ଚାଲିଛି ।। 

ଗଳ୍ପ-କବିତା ରେ    ଶିକ୍ଷଣୀୟ କଥା

         ଲେଖକ-କବି ଲେଖନ୍ତି

ପ୍ରଚାରେ ପ୍ରସାରେ    ସାହିତ୍ୟକୁ ଆମ

          ସୁମାର୍ଗରେ ନେଇଥା'ନ୍ତି   ।। 

ଲେଖନୀ ଚାଳନେ     ସମସ୍ତ ପ୍ରଶ୍ନର

           ଦେଇଥା'ନ୍ତି ସେ ଉତ୍ତର

କାଲି ବଞ୍ଚିଥିଲା       ଆଜି ବି ବଞ୍ଚିଛି

            ଓଡିଶାରେ କବିତାର ।। 


        ଶ୍ରଦ୍ଧାଞ୍ଜଳି ପଣ୍ଡା
         ଭୁବନେଶ୍ବର

Post a Comment

0 Comments