ଲୁହ - ଅର୍ଚ୍ଚନା ଦେଓ


ସକାଳର ତାଜା ଖବର ସହ ମୋର ବହୁତ ଦିନର ପୁରୁଣା ବନ୍ଧୁ ଆସି ପହଁଚିଲେ ଆମ ଘରେ। କ'ଣ ଖବର କେମିତି ଅଛନ୍ତି ଆପଣ ସବୁ ଭଲ ତ ଦେହ ପା କେମିତି ଅଛି।ମୁଁ ହଁ କହିଲି ଆଉ ପଚାରିଲି ଆପଣ କେମିତି ଅଛନ୍ତି ସରୋଜ ବାବୁ ଭଲ ଅଛନ୍ତି ତ। 

ଆପଣଙ୍କ ପୁଅ ଆସିଲାଣି ଘରକୁ। ସରୋଜ ବାବୁ ଉତ୍ତର ଦେଲେ ନାହିଁ ସେ ଆସିନି ସୁକାନ୍ତ ବାବୁ ତା'ର ଶବ ଆସିଛି ଘରକୁ। ଆପଣ ତ ଜାଣିଛନ୍ତି ମୋ ପୁଅ Armyରେ ଥିଲା। ଦେଶର ସେବା କରୁଥଲା। ଆଉ ଦେଶର ସେବା କରୁ କରୁ ପ୍ରାଣ ବଳୀ ଦେଇ ଦେଲା। ଆଉ କ'ଣ କହିବି ସୁକାନ୍ତ ବାବୁ ପୁଅର ଏହି ତ୍ୟାଗ ପାଇଁ ମୁଁ ଗର୍ବ ଅନୁଭବ କରିବି ନା ଦୁଃଖ କରିବି ମୁଁ ବୁଝିପାରୁ ନାହିଁ। ଯେତେ ଯାହା ହେଲେ ମୁଁ ଗୋଟେ ବାପା ମୋ ପୁଅ ପାଇଁ ଏହି ହୃଦୟ କେତେ କାନ୍ଦୁଛି ଏକା ମୁଁ  ହିଁ ଜାଣିଛି। ହେଲେ ମୋ ସ୍ତ୍ରୀ କହୁଛି ମୁଁ କଠୋର, ପୁରୁଷମାନେ କଠୋର ସେମାନଙ୍କ ଆଖିରୁ ଲୁହ ବୁହେ ନାହିଁ।ହେଲେ ସୁକାନ୍ତ ବାବୁ ମୁଁ କେମିତି ବୁଝାଇ ବି ମୋ ସ୍ତ୍ରୀ କୁ ପୁରୁଷ ହୃଦୟରୁ ବି କୋହ ଉଠେ, ଲୁହ ବୁହେ।


 ହେଲେ ସେ ସମାଜକୁ ତା' ଦୁଃଖ କଷ୍ଟକୁ ଦେଖାଇ ଦିଏ ନା। ହୃଦୟ ଭିତରେ ହିଁ ସେ ସବୁକୁ ଚାପିବାକୁ ପଡ଼େ।ପୁରୁଷମାନଙ୍କ ଏତିକି ଦୁଃଖ ସେ ନାରୀ ଭଳି କାନ୍ଦି ପାରେନା। ଆଉ କିଛି କହିପାରିଲେନି ସରୋଜ ବାବୁ। ସେଦିନ ସରୋଜ ବାବୁଙ୍କ କଥା ଶୁଣି ଆଖିରେ ଲୁହ ଆସିଗଲା।ତାଙ୍କ କଥାରେ ମୁଁ ଏକମତ ହେଲି ସତରେ ପୁରୁଷର ଆଖିରୁ ବି ଲୁହ ଆସେ।
                     °°°ସମାପ୍ତ°°°

   ଅର୍ଚ୍ଚନା ଦେଓ
   ଯାଜପୁର, ବାରଗାଡ଼ିଆ

Post a Comment

0 Comments