କି ସୁନ୍ଦର ଆହା !
ଛୋଟ ଶିଶୁର ଜୀବନ
ସରଳ, କୋମଳ ସଦା ସତ୍ଯେ ଯାର ମନ ।
କାଳର ବୁକୁରେ ବଡ଼ ହୁଏ ଯେବେ ଦିନୁଦିନ
କେଜାଣି କାହିଁକି ହଜେଇ ଦିଏ ତା'
ସରଳତା ଆଦି ସବୁ ସୁଗୁଣ ।
ଭରିଯାଏ ପୁଣି ସ୍ବଚ୍ଛ ମନେ କାହୁଁ,
ଚତୁରତା ଆଦି କେତେ ଦୁର୍ଗୁଣ ।
କହ--------? ଜ୍ଞାନୀଗୁଣୀ ଜନେ କହ ?
କ'ଣ ଏମିତି ଆସି ଯାଏ ତାର ପରିବର୍ତନ ?
ଶିଶୁ ଯେ ଅଟଇ ସଭିଙ୍କର ପ୍ରିୟ ଅମୁଲ୍ୟଧନ
ଅନ୍ଧଳଉଡି ,ନୟନ-ତାରା ସବୁରି ଜୀବ ଜୀବନ ।
ବଡ଼ ହୋଇ ସେହି ନୟନ ପିତୁଳା,
ହଜେଇ ଦିଏ ତା ନିଜ ନୟନ ।
ସମାଜରେ ରହି କରଇ କିମ୍ପାଇଁ
ନିଜେ ନିଜକୁ ସେ ଅଭିମାନ ।
ଫୁଟିବା ଆଗରୁ କଅଁଳ କଢିଟି
ଝାଉଁଳି ଯାଏ ତା କୋମଳ ପ୍ରାଣ ।
କହ-----ଜ୍ଞାନୀଗୁଣୀ ଜନେ କହ ?
କ'ଣ ଏମିତି ଆସିଯାଏ ତାର ପରିବର୍ତନ ?
ଶିଶୁ ଶିଶୁ ମଧ୍ଯେ ନଥାଏ କେବେ ବି
ଭାଷାର କୌଣସି ବିବାଦ ମାନ ।
ନଥାଏ ପାଚେରୀ ପୁଣି ଯାହାଙ୍କ ପାଇଁ
କେବେ କୌଣସି ଧରମ ।
ତେବେ----- ବଡ଼ ହୋଇ କାହୁଁ ?
ଜାତି-ଧର୍ମ ଭେଦଭାବ ତା'ଠାରେ ନିଅଇ ଜନମ ।
ଭାଇ-ଭାଇ ମଧ୍ଯେ କିମ୍ପାଇଁ ନୂତନ
ପାଚେରୀ ହୋଇଯାଏ ଗଠନ ।
ଦୁନିଆଠୁ ବଳି କାହିଁକି ସର୍ବସ୍ବ
ହୋଇଯାଏ ଜାତି-ଧରମ ।
କହ ----- ଜ୍ଞାନୀଗୁଣୀ ଜନେ କହ ?
କ'ଣ ଏମିତି ଆସିଯାଏ ତାର ପରିବର୍ତନ ?
ବେଣୁଧର ସୁରୁଜାଳ
ସୋନପୁର, ଓଡ଼ିଶା

0 Comments