ଆଜି ବି ଘଡଘଡି ର ଶବ୍ଦ ଶୁଣିଲେ
ମନେ ପଡେ ତୁମ କଥା
କାହିଁ ଗଲ ପ୍ରିୟ ତୁମେ
ମନେ ଭରି ଦିଅ ଅସୁମାରୀ ବ୍ୟଥା
ତୁମେ ନାହଁ ଆଜି , ଅଛି ତୁମ ସ୍ମୃତି
ଦେଖି ହେଉ ନାହିଁ ଦେଖାଇବି ପାରୁନାହିଁ
ହୃଦୟ ର ଅନାବିଳତା.....
ତୁମ ବିନା ଆଉ କିଏ ବା ବୁଝିବ ମୋର
ଦରଦୀ ମନ ର ବ୍ୟାକୁଳତା
ଭଲପାଇବା ର ଗଭୀରତା
ମୋର କାହିଁ କେ ମାପିବ
ଭଲପାଇବା ତ ସ୍ବର୍ଗୀୟ ଅନୁଭବ
ଛାତି ତଳ ର ସେ ସବୁ ଯନ୍ତ୍ରଣା
ମନ ର ଭଲପାଇବା
ସବୁ ତୁଚ୍ଛ ମୁଁ ମଣିଲି ପ୍ରିୟ ତୁମ ଖୁସି ପାଖରେ
ଯେଉଁଠାରେ ରୁହ ତୁମେ ଖୁସି ରେ ରୁହ
ଏତିକି କାମନା ମୋର ଶ୍ରୀଜୀଉ ପୟରେ... ।।
ସୁନୁ ଲତା ଘଡେଇ

0 Comments