ଏ ସକାଳ ଆଉ ପୂର୍ବବତ୍ତ ହୋଇ ନାହିଁ
ନୀଳଅମ୍ବର ବୁକୁରେ ସୂର୍ଯ୍ୟ ଅଛି ,
ବୃକ୍ଷରାଜି ଧାଡି ବାନ୍ଧି ଠିଆ ହୋଇଛନ୍ତି ସୀମାନ୍ତ ଦେଶରେ
ଏଣେତେଣେ ବିଚରଣ କରୁଛନ୍ତି ପକ୍ଷୀମାନେ
ହେଲେ କାକଳିର ଧ୍ୱନି ନିଷ୍ପର୍ଣ୍ଣ ପ୍ରାୟ !
କେଉଁଠି ଶୁଭିବ ଆଉ ସେ ଆହ୍ଲାଦ
ପଙ୍ଗୁ ଏଠି ସ୍ଥିତି , ହସ ସବୁ ସ୍ଥାଣୁ .....
ସଂକ୍ରମିତ କରିଛି କୋକୁଆଭୟ !
ଭୋକ ବଦଳି ଏଠି ଭେକ ବୁଡ଼ିଲାଣି ।
ନିର୍ଭୟ ରେ ,
ପୋକଗଣ ଉତ୍ପାତ ହେଲଣି ....
ଶୋଷି ନେଇଚାଲିଛନ୍ତି ଶସ୍ୟକୁ
ଫୋପାଡ଼ି ଦେଲେ କେତେଗୁଡା ଅଗାଡ଼ି
ଯାହା ଆଜି ଏଇ ଶ୍ରମିକ ସର୍ବହରା !
ସର୍ବେ ଭବନ୍ତୁ ସୁଖିନଃ ଗୁଣୁଗୁଣେଇ ପୋକମାନେ
ଖୁବ ଶାନ୍ତିରେ ମଞ୍ଚରେ ଚଢନ୍ତି
ଦମ୍ଭିଲା ପଦ ଶୁଣାନ୍ତି .......
କିନ୍ତୁ ,ଦରଜ ହାତର କରତାଳି ସେମାନଙ୍କ କାନ କୁ
ନଶୁଭିଲା ପରି ପ୍ରତ୍ୟାହାର କରିଥାନ୍ତି ।
ଶୁଭିବ ବା କେମିତି
କାମ ଅପେକ୍ଷା କଥା
ସେବା ଅପେକ୍ଷା ସ୍ୱାର୍ଥ
ସେମାନଙ୍କ ପାଇଁ ଯେ ବଡ଼ ।
ସର୍ବହରା ଡାକେ ତ୍ରାହି ତ୍ରାହି !
ରକ୍ଷା କରିବା କୁ କେହି ନାହିଁ
କୀଟନାଶକ ଠାରୁ ଏ ଭୟଙ୍କର
ପୋକଗଣ ଏଠି ପ୍ରାଣନାଶକ ।।
ସନ୍ତୋଷ କୁମାର ଜେନା
ଅଡ଼ଶପୁର ,କଟକ

0 Comments