ରଜ ର ସଜ - ପ୍ରଣୟ କୁମାର ସିଂହ


ଅଳସୀ ରଜ ଲୋ ସଳଖି ଆସିଲା

     ରଚି ନୂଆ ଥାଟ ବାଟ,

ଝିଅ ବୋହୁ ସବୁ ସଜ ହୁଅ ବେଗେ

      ରଜ କୁ କର ସ୍ଵାଗତ।।

ଝିଅ ମାନେ ସବୁ ସଜେଇ ହୋଇକି

     ଦାଣ୍ଡ ରେ କଲେଣି ମେଳ,

ଝିଅ ପାଇଁ ରଜ 'ନା' ରଜ ପାଇଁ ଝିଅ

       କହି କି ପାରିବ ଭାଳି।।

ରଜ ଆସି ପୁଣି ଲାଜେଇ ଯାଏ ଲୋ

     ଦେଖି ମୌସୁମୀ ଖେଳ,

ଆଗ ବାସ୍ନା ଆଉ ନାହିଁତ ରଜରେ

     ଧୋଇ ନେଇ ଗଲା କାଳ।।

ଶ୍ରୀ ପ୍ରଣୟ କୁମାର ସିଂହ
ପ୍ରଧାନ ଶିକ୍ଷକ 
ବିପିନୀ ବିହାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭଗାରାମ
ଆଗରପଡା, ଭଗାରାମ

Post a Comment

0 Comments