ରଜ ମଉଜ - ଜ୍ୟୋତି ଶଙ୍କର ପଣ୍ଡା


ଆସିଛି ରଜ
ଭାରି ମଉଜ
ଗାଁ ଝିଅମାନେ
ହୋଇବେ ସଜ ।

ଦୋଳି ଝୁଲିବେ
ଖାଇବେ ପାନ
ବନସ୍ତରେ ଗଜ
କରିବ ଗାନ ।

ଧରିତିରୀ ମାଆ
ପାଇବେ ପୂଜା
ପୋଡପିଠା ଘରେ
ହୋଇବ ସଜା ।

କଦଳୀ ପାଟୁଆ
ହେବ ପାଦୁକା
ବାଗୁଡ଼ି,ତାଆସ୍
ଖେଳ ଅଧିକା ।

ମନ ମଉଜିଆ
ପରବ ରଜ
ଚଷା ବାପୁଡ଼ାଙ୍କ
ପରବ ରଜ ।

ହେଲେ କାହିଁ ଏବେ
ରଜ ମଉଜ
ସହରେ ଅଛନ୍ତି
ଭାଇ ଭାଉଜ ।

କଲେଜେ ନଲେଜ
ପଢେ ଭଉଣୀ
କାନ୍ଦେ ଘରେ ମାଆ
ହତଭାଗିନୀ ।

ବିଲ ବାଡ଼ି ଫାଟି 
ଆଁ କରିଛି
ଧରିତିରୀ ମାଆ
କୋପ କରିଛି ।

ପାପ ଭାର ବଢ଼ି 
ଗଲାଣି ବୋଧେ
ତେଣୁ ଏ ପ୍ରକୃତି
ଅଶାନ୍ତ ବୁଧେ ।

ସୁଧୁରି ଯାଅ ହେ
ମନୁ ନନ୍ଦନ
ରଜ ର ଅଶେଷ
ଅଭିନନ୍ଦନ ।

ଜ୍ୟୋତି ଶଙ୍କର ପଣ୍ଡା

ଶରତ, ମୟୂରଭଞ୍ଜ
ଯୋଗାଯୋଗ : ୯୪୩୮୦୫୯୪୬୫

Post a Comment

0 Comments