ସମ୍ପର୍କର ଅଭଙ୍ଗା ସେତୁବନ୍ଧ
ଜୀବନକୁ ଅନ୍ଧାରରୁ ଆଲୋକକୁ
ଆଣୁଥିବା ଚିରଦୀପ୍ତ ଦୀପ।।
ସ୍ନେହ ଶ୍ରଦ୍ଧା ଆଉ ଭଲପାଇବାର ଜୀବନ୍ତ ପ୍ରତିମା
ଦୁଃଖ,ବିପଦର ଉଦ୍ଧାର କର୍ତ୍ତା।।
ସମସ୍ତ ଅଳି ଅଝଟ ପୂରଣ କରୁଥିବା
ଜୀବନ୍ତ ଦେବତା
ବେଳେବେଳେ ମାଆ ର ସ୍ନେହ
ଆଉ ବାପାଙ୍କ ଭଲପାଇବା ଦେଉଥିବା ଯାଦୁଗର।
ଆଖିରୁ ଲୁହ ପୋଛି ଓଠରେ ହସ ଦେଉଥିବା ସୌଦାଗର।।
ବଞ୍ଚିବାର ପ୍ରେରଣା
ତ୍ୟାଗର ପ୍ରତିମା
ଧୌର୍ଯ୍ୟ ର ପ୍ରତୀକ
ସେବା କରିବା କୁ ପ୍ରେରଣା ଯୋଗାଇ
ଲେଖେ ମୋ ଜୀବନ ଜାତକ।।
ଲୁହ ଆଉ କୋହ ର ସଂସାର ଭିତରେ
ସବୁ ଦୁଃଖକୁ ମୁଣ୍ଡେଇ
ଅନ୍ୟ ଓଠରେ ହସ ଦେବାର ଶପଥ ନେଇ
ଜୀବନ କାଟୁଥିବା ନିଷ୍କପଟ ମଣିଷ।।
ବାପାଙ୍କ ପରି ଶାସନ କରେ
ମାଆଙ୍କ ପରି ସରାଗରେ କୋଳେଇ ନିଏ
ଆଉ ଭଉଣୀ ହେଇ ସ୍ନେହ ଶ୍ରଦ୍ଧା ଦେଉଥିବା
ପ୍ରମୁର୍ତ୍ତପ୍ରତିମା ଭଳି
ଆଦର କରୁଥିବା ଦେବତା ସିଏ।।
ମନୋଜ କୁମାର ମହାନ୍ତ
ମୟୂରଭଞ୍ଜ, ବାରିପଦା।।

0 Comments