ସେ ଦିନ କଥା ମୋର ଆଜି ବି ମନେ ଅଛି। ଭାଇ ର ସାଂଗ ବୋଲି ଆମ ଘର କୁ ବେଳେ ବେଳେ ଆସ ତୁମେ ।ମୋ ଭାଇ ର ସବୁ ସାଂଗ ମାନଙ୍କୁ ଭାଇଡାକେ ରାକ୍ଷୀ ପୂର୍ଣ୍ଣିମା ରେ ରାକ୍ଷୀ ବି ବାନ୍ଧେ ହେଲେ ତୁମକୁ ଆଜି ଯାଏଁ କେବେ ରାକ୍ଷୀ ବାନ୍ଧିଛି ନାଁ କେବେ ଭାଇ ଡାକିଛି ତୁମେ ବି ତ ଆଜି ଯାଏଁ କେବେ ରାକ୍ଷୀ ପୂର୍ଣ୍ଣିମା ରେ ଆମ ଘରକୁ ଆସି ନ ,ଆର ବର୍ଷ ରାକ୍ଷୀ ପୂର୍ଣ୍ଣିମା ରେ ମା ଫୋନ୍ କଲା ତୁମ ପାଖକୁ କହିଲା"ସମୀର୍ ଆଜି ମୁନା ର ସବୁ ସାଂଗ ଆସିଛନ୍ତି ତୁ କ'ଣ ପାଇଁ ଆସିନୁ ଆଜି କ'ଣ ଏ ମାଉସୀ କଥା ମନେ ପଡ଼ୁନି ଖାସ୍ ତୋ ପାଇଁ ମୁଁ କ୍ଷିରି ବନେଇଛି ,ରାନୁ କେତେ ସମୟ ହେଲାଣି ଅପେକ୍ଷା କରିଛି ହେଲେ ତୁ କୋଉଠି ଅଛୁ ଜଲ୍ଦୀ ଆସେ" ହେଲେ ତୁମେ 'ହଁ' କହି ଫୋନ୍ କାଟିଲ ଯେ ୨ମାସ ପର୍ଯ୍ୟନ୍ତ ନାଁ ଆମ ଘରକୁ ଆସିଲ ନାଁ ମୋ ଭାଇ ସହ କଥାହେଲ।
କଲେଜ୍ ରୁ ମୁଁ ଘରକୁ ଫେରୁଥାଏ ସ୍କୁଟି ଆଗରେ ହଠାତ୍କୁକୁର ପଶିଗଲା ଯେ ନିୟନ୍ତ୍ରଣ ହରାଇ
ସ୍କୁଟି ରୁ ପଡ଼ିଗଲି ମୁଣ୍ଡଫାଟି ରକ୍ତସ୍ରାବ ହେଲା ଆଉ ତାପରେ ଚେତା ହରେଇ ପଡ଼ିଗଲି କେଜାଣି କିଏ ଠିକ୍ ସମୟରେ ମେଡିକାଲ ନେଲା ଚେତା ଆସିଲା ବେଳକୁ ମା , ବାପା,ଭାଇ ସମସ୍ତେ କାଂଦୁଛନ୍ତି ।ମା କୁ ବୁଝେଇଲି କାଂଦେନା ମୁଁ ଠିକ୍ ଅଛି ........ ବାପା କହିଲେ ମା କୁ "ଚାଲ ଘରକୁ ରାତି ପାଇଁ ଖାଇବା ତିଆରି କରିବ ସମସ୍ତେ ତ ଉପାସ କାଲିଠାରୁ ମୁନା(ମୋ ଭାଇ) ସେ ବି ତ କିଛି ଖାଇନି ଆଉ ସମୀର ବି ତ କାଲି ଠାରୁ ଏଇଠି ଅଛି ...ବାପା ଆଉ ମା ଘରକୁ ଗଲେ ।ମୋ ପାଇଁ ଯେଉଁ ଡାକ୍ତର ଯେଉଁ ଔଷଧ ଲେଖି ଲେ ତାକୁଆଣିବାକୁ ଭାଇ ମେଡ଼ିସିନ ଷ୍ଟୋର ଗଲା ଆଉ କହିଗଲା ସମୀର ରାନୁ ପାଖରେ ଥିବୁ ମୁଁ ବସିଥାଏ ତଳକୁ ଅନାଇ ତୁମେ ପଚାରିଲ :
"ରାନୁ ତଳକୁ କଣ ପାଇଁ ଚାହିଁଚ ।
ମୁଁ-ନା ଏମିତି। ..
ସମୀର:ଦେହ ଭଲ ଲାଗୁଛି।
ମୁଁ-ହଁ
ସମୀର: ତୁମେ ଏତେ କେୟାର ଲେସ୍ ହେଇ କେମିତି ଗାଡ଼ି ଚଲଊଛ ତୁମର ଯଦି କିଛି ହେଇଯାଇଥାନ୍ତା। ମୋର ଅବସ୍ଥା କଣ ହେଇଥାନ୍ତା।
ମୁଁ-କଣ ହୋଇ ଥାନ୍ତା....... ......
ସମୀର: କିଛି ନାହିଁ............. ତୁମେ କେମିତି ଜାଣିବ ...
(ରାନୁ ଦେଖ୍ ତୋ ଔଷଧ) ...... (ଭାଇ ପଳେଇ ଆସିଲା)
...... (ପାଂଚ ମାସ ପରେ).......
ମୋ ଭାଇ ବାହାଘର ହେଲା ମୋ ସାଙ୍ଗ ସ୍ମୃତି ସହ ବହୁତ ଦିନ ର ଭଲପାଇବା ତାଙ୍କ ର ଯାହା ହେଉ ଶେଷ କୁ ସ୍ୱାମୀ ସ୍ତ୍ରୀ ସଂପର୍କରେ ଆବଦ୍ଧ ହେଲେ। ମୁଁ ପିଂଧିଥିଲି ନୀଳ ରଙ୍ଗର ଲେହେଂଗା ହଠାତ୍ ତୁମେ ମୋତେ ଚାହିଁ ଦେଲ ।ବର୍ଷା ତ ସେଦିନ ଛାଡିବାର ନାଁ ନେଉନଥାଏ ବୋଧହୁଏ ୨ବର୍ଷ ହେବ ମୋ ନମ୍ବର ଥିଲା ହେଲେ କେବେବି କଲ୍ କି
ମେସେଜ କରି ନ ହେଲେ ଆଜି ତୁମେ କଲ୍ କରିଛ ମୋ ହାତ ଥରିଲାଣି ପାଟିରୁ କଥା ବାହାରିଲା ନି ଡରି ଡରି କଲ୍ ଉଠେଇଲି । ତୁମେ କହିଲ "ରାନୁ ଛାତ ଉପରକୁ ଆସ କଥା ଅଛି"। ମୁଁ କହିଲି "ଏ ବର୍ଷା ରେ "ତୁମେ କହିଲ ଯଲ୍ଦୀ ଆସ " ଯେତିକି ଡରୁଥିଲା ଆହୁରି ବଢିଗଲା ତଥାପି ଗଲି ଛାତ ଉପରକୁ ତୁମେ ଠିଆହୋଇଛ
ସମୀର-ଶୁଣ ମୋର କଥା ଅଛି ତୁମ ସହ।
ମୁଁ-(ଡରି ଡରି) ହଁ କୁହ
ସମୀର-ଆଜି ତୁମେ ବହୁତ ସୁନ୍ଦର ଦେଖା ଯାଉଚ ମୁଁ ତୁମକୁ ଭଲପାଏ ତୁମ ବିନା ବଂଚିପାରିବିନି । ବହୁତ ଦିନ ରୁ ଭଲପାଉଥିଲି ହେଲେ କାହିଁକି କହି ନ ଥିଲି ଜାଣିଛ ବାପା ମା ଙ୍କର ଗୋଟିଏ ଝିଅ ତୂମେ ମୋ ରୋଜଗାର କିଛି ନାହିଁ ମୁଁ କେମିତି ତୁମକୁ କହିଥାନ୍ତି ଭଲପାଏ ବୋଲି ହେଲେ ଆଜି କହୁଛି ମୋ ଆର୍ମିରେ ହେଇଯାଇଛି ଟ୍ରେନିଂ ଛ'ମାସ ମୁଁ କାଲି ପଳେଇବି ଛ ମାସ ପରେ ଆସିବି ଯଦି ତୁମ ଘରେ ରାଜି ହେଲେ ବାହାହେବି
..... ମୁଁ ଜାଣିପାରିଲି ନି ଖୁସି ହେବି ନା କାଂଦିବି
ଯାହା ହେଉ ଛ ମାସ ପରେ ଫେରିଲ ଆଉ ଭଗବାନ ଙ୍କ ଦୟାରୂ ଆମ ବାହାଘର ହୋଇ ଗଲା।।
ରାଜଲକ୍ଷ୍ମୀ ସ୍ଵାଇଁ



0 Comments