୧୮୮୮ ରେ ଭୂମିଷ୍ଠ ହୋଇଲେ
ଆମ ପ୍ରିୟ ସାହିତ୍ୟ ସାଧକ
ସଙ୍ଗୀତଜ୍ଞ ଭାବେ ଗୌରବ ଲାଭ କଲେ
ଖେଳି ଗଲା କେତେ ମହକ l (୧)
ଓଡ଼ିଆ ଜାତି ର ଅମୃତ ସନ୍ତାନ
ନାମ କାନ୍ତ କବି ଲକ୍ଷ୍ମୀକାନ୍ତ
ଧରା ପୃଷ୍ଠ କୁ ଓହ୍ଲାଇଲେ ଯେବେ
ଧନ୍ଯ ହେଲା ଆମ ଭାଷା ସାହିତ୍ୟ । (୨)
କାବ୍ଯ କବିତାରେ ଝରାଇଛନ୍ତି ସେ
ଜୀବନ ଆଉ ବ୍ୟଥିତ ହୃଦୟର ସ୍ଵର
ସରସ ସୁନ୍ଦର କାବ୍ଯ ଓ କବିତା
ସତେ ଲାଗେ କେତେ ମନୋହର l (୩)
କବିତା ଭିତରେ ଶେଷ୍ଠ ତାଙ୍କର
"ବନ୍ଦେ ଉତ୍କଳ ଜନନୀ"
ପ୍ରୀତି ଅର୍ଘ୍ୟ ଢାଳି ରଚନା କରିଥିଲେ
ଉଚ୍ଚ ହେଲା ଆମ ଉତ୍କଳ ଜନନୀ l (୪)
ଯାଜ୍ଞସେନୀ ବେହେରା
ଧାନଘେରା, ମୟୁରଭଞ୍ଜ


0 Comments