'ଅ' ଠାରୁ 'କ୍ଷ' ଯେତେକ ଅକ୍ଷର
ବର୍ଣ୍ଣମାଳାରେ ରହିଛି
ଅର୍ଥବୋଧେ ସଜେଇ ତାହାକୁ
ଶଦ୍ଦ ଗଠନ ହେଉଛି।
ସରଳରୁ ଜଟିଳ ସ୍ବରୂପ
ଯୁକ୍ତାକ୍ଷରରେ ସଂଯୁକ୍ତ
ବର୍ଦ୍ଧିତ କରି ଜ୍ଞାନ ଭଣ୍ଡାର
କରେ ଅଜ୍ଞାନତା ମୁକ୍ତ।
କବି ଲେଖନୀର ପାଇ ସ୍ପର୍ଶ
ଭେଟି ଦିଏ କେତେ ଗୀତ
ସ୍ତମ୍ଭାକାର ମନ ଭାବନାକୁ
କରଇ ସେ ପ୍ରକାଶିତ।
ବିକଶିତ ଜ୍ଞାନ ପରିସୀମା
ଦେଖାଏ ନୂଆ ଆଲୋକ
ଶଦ୍ଦମାଳା କଳେବର ଘେନି
ବିତରେ ଜ୍ଞାନ ଅନେକ।
ହୃଦୟର ସୂକ୍ଷ୍ମ ଆବେଗକୁ
ବର୍ଣ୍ଣିବା ପାଇଁ ଭାଷାରେ
ଲୋଡା ଯେଉଁ ବର୍ଣ୍ଣାଳୀର ବିଭା
ଲେଖା ତା' ବର୍ଣ୍ଣବୋଧରେ।
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର, ପୁରୀ


0 Comments