ଛବିଳ ଚିତ୍ରିତ ବର୍ଣ୍ଣବୋଧଟି
ଶିଖେଇଲା ମୋତେ ପାଠ
ଜୀବନର ବର୍ଣ୍ଣବୋଧ ପଢାଉଛି
ଦେଖାଉଛି ଆଜି ବାଟ ।।
ଟିକି ଟିକି ଶବ୍ଦ ବଡ ଅକ୍ଷରରେ
ଭରପୁର୍ ତାର ଦେହ
ଓଡିଆ ଭାଷାର ଦୃଢ଼ ମୂଳଦୂଆ
ପକାଇ ହୋଇଛି ପ୍ରିୟ ।।
ଭାଷାର ଝରଣା ବୁହାଇ ଦେଇଛି
କ୍ଷୁଦ୍ର ତାର କଳେବର
ଭକ୍ତ କବିଙ୍କର ଭକ୍ତି ଭାବନାରେ
ଅଟେ ପୁଣି ଭରପୁର ।।
ଯୁକ୍ତ ବର୍ଣ୍ଣ ସହ ଭାଷା ବି ଶିଖାଏ
ଜୀବନ ଦର୍ଶନ ଦିଏ
ସଂସାରର ପଥ ସହଜ ହେବାକୁ
ନୀତିଶିକ୍ଷା ଦେଉଥାଏ ।।
କଳା ଧଳା ତାର ଅକ୍ଷର ସମୁହ
ପ୍ରୀତିର ପରଶ ଦିଏ
ମଧୁ ବାବୁଙ୍କର "ମଧୁ ବର୍ଣ୍ଣବୋଧ"
ଭୂଲି ପାରେ ଅବା କିଏ !!
ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର


0 Comments