ଭିଜା ଶ୍ରାବଣରେ ଓଦା ଏ ପଲ୍ଲୀଭୂମି,
ପ୍ରକୃତିରାଣୀ ଯେବେ ଆଣେ ମୌସୁମୀ ll
ଚିତ୍ତହରି ତାର ଚୋରା ଚାହାଣୀ,
ବର୍ଷା ରେ ଭିଜି ମନ ହୁଏ ବାୟାଣୀ ll
ଟୋପା ଟୋପା ମୋତି ପଡେ ଆକାଶରୁ,
ନବବଧୂ ସାଜେ ଅବନୀ ଚତୁର୍ଦ୍ଦିଗରୁ ll
କଳାମେଘ ଦେଖି ଆନନ୍ଦେ ଶିଖି,
ନାଚଇ ସତେ ପୁଚ୍ଛ ଟେକି ଟେକି ll
ଚମକେ ଚପଳା ଆକାଶ କୋଳେ,
ଢାଳିଦିଏ ଜଳ ଅବନୀ ତଳେ ll
ଜଳକଣାପୂର୍ଣ୍ଣ ଧୂସର ଆକାଶେ,
ଆହାଃ କି ସୁନ୍ଦର ଇନ୍ଦ୍ରଧନୁ ଦିଶେ ll
ଘନକୃଷ୍ଣ କାଳିମାରେ ଢାଙ୍କି ରଖିଥାଏ,
ଭିଜା ଶ୍ରାବଣର ପରିବେଶ ମନ ମୋହିଥାଏ ll
ଅଙ୍କିତା ପ୍ରିୟଦର୍ଶିନୀ ସାହୁ
କଟା ପାଲି
ବରଗଡ


0 Comments