ପ୍ରତ୍ୟାଶା - ସନ୍ଧ୍ୟାରାଣୀ ହୋତା




ଅନ୍ୟକୁ ଦେଇ ଯେ ପାଇବାର ପାଇଁ

ମନେ କରିଥାଏ ଆଶା

ଏ ସାରା ସଂସାରେ ଜନ ମାନସରେ

ବୋଲନ୍ତି ତାକୁ ପ୍ରତ୍ୟାଶା ।।


ଜ୍ଞାତି କୁଟୁମ୍ବ ଓ ଆତ୍ମୀୟ ସ୍ୱଜନ

ପଡ଼ା ପଡ଼ୋଶୀ ସହିତ

ପ୍ରତ୍ୟାଶା ଇଚ୍ଛା ଟି ମନେ ଜାଗରିତ

ହୁଏ ତାଙ୍କର ସତତ ।।


ପ୍ରତ୍ୟାଶା ଟି ଯଦି ଅନୁକୂଳ ହୁଏ

ପରାଣେ ପୁଲକ ଭରେ

ପ୍ରତିକୂଳ ସ୍ଥିତି ହେଲେ ଏ ଜୀବନ

ବୁଡ଼ଇ  ଦୁଃଖ ସାଗରେ।।


ପ୍ରତ୍ୟାଶା ର ଇଚ୍ଛା ପିତାମାତାଙ୍କ ର 

ହୃଦୟେ ପାଏନା ସ୍ଥାନ

ସନ୍ତାନ ର ସୁଖ ପାଇଁ ନିଜ ଜୀବ

କରିଥାନ୍ତି ବିସର୍ଜନ।।


ପ୍ରତ୍ୟାଶା ନ ରଖି ସୁକର୍ମ କରିଲେ

ଈଶ୍ୱର କୃପା ପ୍ରଦାନ ଲଭିବ

ସସାଗରା ଧରା ଅନାୟାସେ ଲଂଘି    

ବୀଭୂ ପାଦେ ଲୀନ ହେବ।।


ସନ୍ଧ୍ୟାରାଣୀ ହୋତା

ଡାବୁଗାଁ , ନବରଙ୍ଗପୁର

Post a Comment

0 Comments