ପ୍ରତ୍ୟାଶା ନରଖି କର୍ମ କରିଚାଲ
କର୍ମଫଳ ସଦା ହୋଇବ ଟି ଭଲ,
ଆଶା ରଖି ତୁମେ ଯେବେ କର କର୍ମ
ମନ କେବେ ପାଇବନି ଉପଶମ ll 1 ll
ବୃକ୍ଷଟି ସର୍ବଦା ଉପକାର କରେ
ଚିରନ୍ତନ ରୁହେ ମନୁଷ୍ୟ ସେବାରେ,
ଫଳ ଦେଇ ଆମ ମେଣ୍ଟାଏ ସେ କ୍ଷୁଧା
ମନୁଷ୍ୟ ସେବାରେ ନଥାଏ ତା ଦ୍ୱିଧା ll 2 ll
ମା' ନେଇଥାଏ ସନ୍ତାନର ଯତ୍ନ
ସନ୍ତାନର ଖୁସି ଅଧିକଠୁ ରତ୍ନ,
ନରଖି ମନରେ କେବେ ସେ ପ୍ରତ୍ୟାଶା
ସୁଖ ଦେବା ପାଇଁ ସଦା ତା ପ୍ରଚେଷ୍ଟା ll 3 ll
ଭାଗବାନଙ୍କର ସେବା କରେ ଭକ୍ତ
ଦାରିଦ୍ର୍ୟ ଦୁର୍ଦିନେ କାଟେ ଦିବା ରାତ୍ର,
ମନରେ ଏକମାତ୍ର ପ୍ରତ୍ୟାଶା ରଖି
କିପରି ହୋଇବ ସେ ଈଶ୍ୱର ପ୍ରାପ୍ତି ll 4 ll
ଭଲ ପାଇବାରେ ଲାଳସା ନ ଥାଏ
ପ୍ରେମ ଟିକେ ପାଇଁ ପ୍ରତ୍ୟାଶା ତ ଥାଏ,
ମନରେ ନ ରଖି ଛଳନାର ଭାବ
ସ୍ନେହ ବୋଳା କଥା ଅଟଇ ସରବ ll 5 ll
ଶ୍ରଦ୍ଧାଞ୍ଜଳି ପଣ୍ଡା,
ସହ-ସମ୍ପାଦିକା - କେଦାର ଭାରତୀ


0 Comments