ପ୍ରତ୍ୟାଶାରେ ତୁମ ନିଦ ଆସେ ନାହିଁ
ନିଦ୍ରାହୀନ ଏ ନୟନେ,
ବୀରହ ବେଦନା ଦିଅଇ ଯାତନା
ପ୍ରତିକ୍ଷଣେ ମୋ ସପନେ ।
ମନ ଇଲାକାରେ ତୋଳିବି ନଅର
ତୁମେ ମୋ ସପନ ରାଣୀ,
କାହିଁ କେତେ ଦିନୁ ରହିଛି ଅଧୁରା
ଆମ ଦୁହିଁଙ୍କ କାହାଣୀ ।
ସୁଖମୟ ହେବ ଆଗାମୀ ଭବିଷ୍ୟ
ଗଢ଼ିବା ସୁନା ସଂସାର,
ନିନ୍ଦୁ ଥିଲେ ନିନ୍ଦୁ ଅବା ଘୃଣା କରୁ
ଦୁନିଆଁକୁ ନାହିଁ ଡର ।
ଏତିକି ମୋ ଆଶା ବାନ୍ଧି ଅଛି ବସା
ଅପେକ୍ଷାର ହେବ ଅନ୍ତ,
ସୁପ୍ତ ହୃଦୟ ମୋ ପ୍ରେମ ସ୍ପର୍ଶେ ତବ
ଚେଇଁ ଉଠୁ ସେ ଜୀବନ୍ତ ।
କି ଭୁଲ୍ କରିଛି ଦେଖିବି ଭାବି ମୁଁ
ତବ ନବ ବଧୁ ବେଶ,
ନ ପାଇବି ଯଦି ଜୀବନେ ତୁମକୁ
ରହିବ ମୋ ଅବଶୋଷ ।
ଯୋଗେଶ୍ୱର ଗହୀର,
କେସିଙ୍ଗା, କଳାହାଣ୍ଡି
ମୋ - 8249405395


0 Comments