ଆଶା ପ୍ରତ୍ୟାଶାର ସମାହାରେ ଏଇ
ପ୍ରତ୍ୟକ୍ଷ ପ୍ରାଣର ଗଢ଼ା
କେବେ ନଭଶ୍ଚୁମ୍ବୀ ଅଟ୍ଟାଳିକା କୋଳ
କେବେ ଧୂଳି ଦେହେ ବେଢ଼ା ।
ପ୍ରଶମିତ ଯେତେ ପ୍ରଶସ୍ତ ଆକାଂକ୍ଷା
ପ୍ରତ୍ୟାଶାର ପରଶରେ
ସ୍ଥିର ନିଶ୍ଚଳ କର୍ତ୍ତବ୍ୟ କର୍ମରେ
ସୀମାହୀନ ଆଶା ଭରେ ।।
ଝୁଣ୍ଟି ପଡିବାଟା ନୀୟତି ହାତରେ
ଭ୍ରାନ୍ତ ଧାରଣା ଧରି
ନିଜ ଚଲାପଥ ସଳଖ ସୁନ୍ଦର
ହେବ ଯେ ବିଭୁ ସୁମରି ।।
ଦେଉଥିଲେ କିଛି ଆନ ପାଇଁ ଦାନ
ମନେ ପ୍ରତ୍ୟାଶା ନ ରଖି
ବିମଳଚିତ୍ତ ରେ ସମର୍ପଣ ଭାବ
ଈଶ୍ୱର ପାରନ୍ତି ଦେଖି ।।
ହୋଇ ଶୁଦ୍ଧ ଚିତ୍ତ କର୍ମରେ ମତ୍ତ
ଲକ୍ଷ୍ୟ ପରମାନନ୍ଦ
ପ୍ରତ୍ୟାଶା ରଖି ପୀୟୂଷର ବାରି
ଭରିବ ଚିର ଆନନ୍ଦ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର -


0 Comments