ପ୍ରତ୍ୟାଶା - ହାସ୍ୟମୟୀ ରାଜ୍

 



ଆଶା ପ୍ରତ୍ଯାଶାର ଜୀବନ ତ ଇଏ

ତା ବିନା କି ଜିଇଁ ହୁଏ 

ଆଶାକୁ ଭରିବା ପ୍ରତ୍ଯାଶା ନକରି

ସ୍ବାର୍ଥରେ ଜୀବନ ନୁହେଁ ।।


ଆନ ହିତେ ସଦା ଢାଳିବା ଜୀବନ

ପ୍ରତ୍ଯାଶା ଭାବନା ନୁହେଁ 

ଜଗତର ଦୁଃଖ ଲୁଟିବା ପଣ ଯା

ଧନ୍ଯ ସଦା ସେ ହୁଏ  ।।


ମୋହଗ୍ରସ୍ତ ହେଲେ ଜୀବନଟା ଖାଲି

ଶୂନ୍ୟତାକୁ ଶେଷେ ପାଏ

ଭଗବତ କୃପା ଲାଭ କରିବାକୁ

ପରାର୍ଥକୁ ପ୍ରାଣେ ବହେ   ।।


ସହିଷ୍ଣୁ ପଣରେ ଜିତିବା ଜୀବନ

ଧୈର୍ଯ୍ୟଠୁ ମହାନ କିଏ

ପାଇବାକୁ ଆଶା ରଖି ଦେବାନାହିଁ 

ସାର୍ଥକ ଜୀବନ ସିଏ ।।


ଅନନ୍ତ ପ୍ରକୃତି ଆକାଶ ଧରିତ୍ରୀ

ଏଇ କଥା ଶିକ୍ଷା ଦିଏ

ପ୍ରତ୍ଯାଶା ବିହୀନ ଜୀବନ ମହତ

 ମଣିଷ ପଣିଆ କହେ  ।।


ହାସ୍ୟମୟୀ ରାଜ୍

ଓରାଳି, ହାଟଡିହି, କେନ୍ଦୁଝର ।

Post a Comment

0 Comments