ଅଜବ ଗଜବ ଜୀବନ - ବନାଲୀ ଦାଶ

 



ଜୀବନ ବି ଅଜବ ଯାତ୍ରା ଗୋଟେ,

ରୀତିମତ୍ ଦଉଥାଏ,

ନୂଆ ନୂଆ ସୂତ୍ର ର ଗଣିତ ମୋତେ..

ହିସାବ ନିକାସି କୁ ବେଳ କାହିଁ;

ଏଇମିତି ଏଇମିତି 

ପ୍ରାରମ୍ଭ ରୁ ତ କଷି ଆସିଲିଣି..

ହେବାକୁ ଚାହେଁନା ଅଧିଷ୍ଠିତ 

କା‌ହାରି ମସ୍ତକ ର ଶୀର୍ଷତମ ପ୍ରଦେଶେ,

ବୁଝିଯିବାକୁ ଚାହେଁ ଖାଲି

କେତେ ମୋ'ର ଭାଗଶେଷ ରହିଲାଣି..

ଅଙ୍କା ବଙ୍କା ରାସ୍ତା ଗୋଟେ ଜୀବନ,

ତା'ସାଥେ କେତେ କେତେ 

ବୋଝ ବୁହାଣି ର ଭେଳିକି..

ଚାଲିବାକୁ ହେବ 

ଚାଲିବାକୁ ‌ହେବ,

ନଦେଇ ପଛଘୁଞ୍ଚା;

ଯେଣିକି ତେଣିକି..

ଯେତିକି ବି ଆୟୁ ଅର୍ଜିଲିଣି,

ସେତିକି ଟାରୁ ଆହୁରି ଯେ କେତେ କୋଟି ଅଧିକା

ଅନୁଭୂତି ସାଉଁଟି ଗଲିଣି..

ଭଲ ହେଉ କି ମନ୍ଦ

ଚାଲିବାକୁ ହିଁ ହେବ,

ନିଶ୍ଚୟ ତ କେବେ ଠୁଁ କରିସାରିଲିଣି।।


 ଶ୍ରୀମତୀ ବନାଲୀ ଦାଶ

ବେଦାନ୍ତ ଟାଉନ୍ସିପ୍, ଝାରସୁଗୁଡ଼ା

ଓଡିଶା-୭୬୮୨୦୧

Post a Comment

0 Comments