ବର୍ଷା - ତରୁନ ବାଳା ମହାପାତ୍ର



 ବର୍ଷାରାଣୀ ଆସେ ଧରଣୀ ବକ୍ଷକୁ

      ମୈ।ଷୁମୀର ହାତଧରି

ସବୁଜ ରଙ୍ଗର ପାଟ ଶାଢୀ ପିନ୍ଧି

      ମୁଣ୍ଡରେ ନୀଳ ଉତ୍ତରୀ ( ୧)

ପ୍ରକୃତିର ହାତେ ନବ କିଶଳୟ

    ମଲ୍ଲିଚମ୍ପା ଜୁଇ ଜାଇ

ସ୍ଵାଗତ କରୁଛି ବରଷା ରାଣୀକୁ

   ସୁଗଂଧିତ ପୁଷ୍ପଦେଇ। (୨)

ସବୁଜ ବନାନୀ ହସି ଉଠିଲାଣି

    ଆକାଶରେ ମେଘମାଳା

ପ୍ରେମ ରେ ଝୁମନ୍ତି ବେଙ୍ଗ ଓ ବେଙ୍ଗୁଲି

    ପୋଖରୀ ତୁଠରେ ମେଳା ।(୩)

ନାଲି ଶାଢୀ ପିନ୍ଧି ସାଧବ ବୋହୁ

       ଘାସ ଗାଲିଚାରେ ଧାଏଁ

କଳାମେଘ ଦେଖି ନାଚିଲାଣି ଶିଖୀ

       କାନନ ଶୋଭା ବଢାଏl(୪)

ସବୁଜ ବନାନୀ ହସି ଉଠିଲାଣି

    ଆକାଶରେ ମେଘମାଳା

ପ୍ରେମ ରେ ଝୁମନ୍ତି ବେଙ୍ଗ ଓ ବେଙ୍ଗୁଲି

  ପୋଖରୀ ତୁଠରେ ମେଳା।(୫)

ଚାଷୀଭାଇ ହଳ ଲଙ୍ଗଳ ସଜାଡେ

      ମନ ହେଲାଣି ଉଛନ୍ନ

ଵେଉଷଣ ବେଳ ଗଡିଯିବ କାଳେ 

      ଲାଗେ ଖାଲି ଛନ୍ନଛନ୍ନ।(୬)


 ଶ୍ରାବଣର ଧାରା କରେ ଵାଟଵଣା

       ପ୍ରେୟସୀ ଚିତ୍ତ ବ୍ୟାକୁଳ

ଆକାଶକୁ ଚାହିଁ ରହିଛି ଅନାଇଁ

     ଚିତ୍ତ ହୁଅଇ ଚଞ୍ଚଳ  ।(୭)

   

ମେଘ ହାତେ ଦିଏ ପ୍ରେମର ଚିଟୋଉ

       କାହିଁ କେତେଦୂରେ ପ୍ରିୟ

ନୀଳ ଆକାଶରେ  ବିଜୁଳି ଚମକେ

       ମନେ ଆସଇ ସଂଶୟ(୮)

ଆକାଶରେ ଶୋଭାପାଏ ଇନ୍ଦ୍ରଧନୁ

       ସପ୍ତରଙ୍ଗ ସମାହାରେ

ଚନ୍ଦ୍ରମା ଚାହି଼ଛି କୁମୁଦିନୀ କୁ

      ପ୍ରସ୍ଫୁଟିତ ସରୋବରେ।(୯)

ବାଳକେ ନାଚନ୍ତି ମନ ଆନନ୍ଦରେ

      କାଗଜ ଡଙ୍ଗା ହାତରେ

କାଦୁଅ ପାଣିରେ ନାଚନ୍ତି ଠାଣିରେ

   ଵସ୍ତାନି  ମଥା ଉପରେ (୧୦)

ସବୁଆଡେ ଖେଳେ ଆନନ୍ଦ ଉଲ୍ଲାସ

     ବର୍ଷାରାଣୀ ଆଗମନେ

ରୋଦ୍ର ପ୍ରକୋପରୁ ମିଳିଲା ନିସ୍ତାର

       ତ୍ରାହି ତ୍ରାହି କଲେ ଜନେ ।(୮)                  

ହସିବ ଧରଣୀ  ହେଵ ପୁଷ୍ପରାଣୀ

     ଫୁଲଫଳ ଵକ୍ଷେ ଧରି

ଜୀବ ଜଗତର ହୋଇବ କଲ୍ୟାଣ

      ଦୁଃଖ ଯିଵ ଅପସରି।(୯)


ତରୁନବାଳା ମହାପାତ୍ର

କଳିଙ୍ଗବିହାର,ଭୂବନେଶ୍ବର

ମୋ-୯୩୪୮୭୭୩୪୭୭

Post a Comment

0 Comments