ଛବି କଥା କହେ - ବାସନ୍ତୀ ଲତା ଜେନା


         



ସୃଷ୍ଟି କର୍ତ୍ତା ତୁମେ କଳାର ପୂଜାରୀ 

        ଭାବନା ତ ଚମତ୍କାର 

ମିର୍ତ୍ତି ଗଢି ବସ ଭଳି କି ଭଳି 

      ରୂପରେ ଅଟେ ଅପାର   l1l


ନିହାଣ ମୁନରେ ନିର୍ଜୀଵ ପଥରେ 

       କମନୀୟ ରୂପକାନ୍ତି 

ତୁମ ହାତ ସ୍ପର୍ଶ ଲାଗିଲେ ତା ଠାରେ 

        ଦିଶେ ତ ଅପୂର୍ବ ଜ୍ୟୋତି   l 2l


ଶିଳ୍ପୀ ତୁମେ ସାଜ କଳାକାର ହୋଇ 

       ରଙ୍ଗରେ ଦିଅ ସଜାଇ 

ପାଷାଣକୁ କର ଜୀବନ୍ତ ପ୍ରତିମା 

        ଆଖି ଲାଖି ଯାଉ ଥାଇ   l 3l


ଗଣେଶଙ୍କ ମିର୍ତ୍ତି ଗଢୁ ଅଛ ବସି 

      ଆହା ସେତ କି ସୁନ୍ଦର 

ମନ ମୋହି ନିଏ ତାର ରୂପ ଶୋଭା 

      ବିଜେ ସ୍ୱଂ ଲମ୍ବୋଦର    l 4l


ବୟସର ଛାପ ମୂର୍ତ୍ତିରେ ପଡ଼େନା 

     ଦୃଢ଼ ମନା ସେ ଅଟଇ 

କାରିଗର ପିଲା ଏହି ତା ବେଉଷା

     ହାରି କେବେ ଯାଏ ନାହିଁ l 5l


ଦେବା ଦେଵୀ ସ୍ଥାନ ମନ୍ଦିର ମଧ୍ୟରେ 

        ଲୋକେ ପୂଜା କରି ଥାନ୍ତି 

ଭକ୍ତି ଭାବନାରେ ମାର୍ଜ୍ଜି ଯାଇ ଥାନ୍ତି 

       ଈଶ୍ବରେ ଧ୍ୟାନ କରନ୍ତି    l 6l 



ବାସନ୍ତୀ ଲତା ଜେନା, 

ଗାନ୍ଧୀନଗର, ନବରଙ୍ଗପୁର

Post a Comment

0 Comments