
ଛାତିରେ କୋହ ଆଖିରେ ଲୁହ
ନିଜର ହୋଇଛି ଆଜି,
ଓଠର ହସ ହଜି ମୋ ଯାଇଛି
ତୁମକୁ ମୁଁ ଖୋଜି ଖୋଜି।
ଅପେକ୍ଷାର ଯନ୍ତ୍ରଣା କେତେ କଷ୍ଟ ଦିଏ
ସେ କଥା ବୁଝିଛି ଆଜି,
ହୃଦୟରେ ମୋର ଯାତନା ଅସଂଖ୍ୟ
ସହେ ବିରହିନୀ ସାଜି।
ପ୍ରେମ ପିଆଲାରେ ପ୍ରିତିରସ ଭରି
ପିଆଇ ଦେଲା ଯେ ମୋତେ,
ବିଷ ଜ୍ଵାଳା ପରି ଦଂଶନ କରିଲ
ଭୁଲି ମୁଁ ପାରୁନି ସତେ।
ମଦୀରା ର ନିଶା ପରି
ତୁମ ପ୍ରେମ ଥିଲା,
ନିଶା ଛାଡ଼ି ଗଲା ପରେ
ପ୍ରେମ ତୁମ ହଜିଗଲା।
ନୀରବରେ ମନ ଆଜି
ପ୍ରଶ୍ନ କରି ଚାଲେ ମୋତେ ,
ଭୁଲ୍ କଣ ରହିଗଲା ମୋର
ହରେଇ ଦେଲି ମୁଁ ତତେ।
ପାହାନ୍ତିଆ ସୂର୍ଯ୍ୟ କିରଣ ରେ
ମନେ ପଡ ବେଶୀ ତୁମେ,
ସଂଜ ନଇଁଗଲେ ଜହ୍ନ ଆଲୁଅରେ
ଗଗନେ ଦିଶଇ ତମେ।
ମନର ଅସୁମାରୀ ସ୍ବପ୍ନ ଆଶା
କ୍ଷଣକରେ ଭାଙ୍ଗି ଯାଇଛି,
ତୁମର ପ୍ରେମ ପ୍ରତାରଣା କୁ
ଭୁଲିବି କେମିତି ଭାବୁଛି।।
ରଶ୍ମୀ ବାଳା ଶତପଥୀ
ଯାଜପୁର ଟାଉନ୍,ଯାଜପୁର

0 Comments