ଶେଷ ଋତୁ - ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 




ଘନ ଘୋର ଅନ୍ଧାର

ସାଇଁ ସାଇଁ ପବନ

 ଗଛ ଚୁମୁଚି ମାଟିକୁ

ମୋର ଉଦ଼ଭ୍ରାନ୍ତ ମନ

ଉଡ଼ି ଯାଉଚି ମେଘ ଖଣ୍ତେ ହେଇ ।

ଅପେକ୍ଷା ଥିଲା_ଆଜି ରବିବାର

ଭେଟ ହବ ତମ ସହ ମୋର

ଏତେ ବେଳେ ହିଁ

ଚାଳ ଉଲାରି ଦେଲା

   ଅମାନିଆ ପବନ ॥

ହେଃ_ମୋ ମନ ତଳୁ

  ହଜି ଯାଉଚି ଯେତେ ସବୁ

         ଆବେଗ ।

ପବନ କମିଲେ ଆସିବ

  ଭାବିବା ବେଳକୁ

ଝର ଝର ବର୍ଷା 

   ବର୍ଷା ରେ ଓଦା

   ଛାତି ତଳ ର ମାଟି

  ଖାଲି ଓଦା ନୁହେଁ ତ'

  ସର ସର କାଦୁଅ ।

   ବୋଧେ ଆଉ ଆମର

        ଭେଟ ହେବାର ନାଇଁ !!!


   ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

କୋଲନରା,ରାୟଗଡ଼ା ଜିଲ୍ଲା

ମୋ_୮୯୧୭୩୨୪୫୨୫

Post a Comment

0 Comments