ଚାଲ ଯିବା ଚାଟଶାଳୀ - ଅମରନାଥ ବାରିକ୍




      ଚାଲ ଯିବା ପିଲେ ଚାଟଶାଳୀକୁ
      ପଢ଼ିବା ସଭିଏଁ ପାଠ ।
      ପାଠ ବିନା କିଛି ନାହଁ ଏ ଜୀବନେ
      ପାଠ ହିଁ କଢ଼ାଏ ବାଟ ।।
      କାନ୍ଧରେ ପକାଇ ବହି ବସ୍ତାନି
      ସାଥିରେ ନେବା ଆସନ ।
      ବେଗି ବେଗି ଯାଇ ବସିବା ନିରବେ
      ପାଠରେ ଲଗାଇ ମନ ।।
      ଗାଇବା ପ୍ରଥମେ ଗୁରୁ ବନ୍ଦନା
      ପ୍ରାର୍ଥନାରେ ମିଶି ଆମେ ।
      କରିବା ପ୍ରଣାମ ବିଦ୍ୟା ଦାୟିନୀଙ୍କୁ
      ମସ୍ତକ ନୁଆଇଁ କ୍ରମେ ।।
      ହାତରେ ଧରିବା ଖଡ଼ି ସିଲଟ
      ଲେଖିବା ଅବନା ଫଳା ।
      ପ୍ରଧାନେ କହିବେ ଯାହା ସେ ଆମକୁ
      ମାନିବାଲୋ "ଚିତ୍ରୋତ୍ପଳା" ।।
      ଜାଣିବା ବିଭିନ୍ନ ବିଷୟ ବସ୍ତୁ
      ଭୂଗୋଳରୁ ଇତିହାସ  ।
      ବଡ ମଣିଷଙ୍କ ଗାଇବା ଜୀବନୀ
      ହୋଇବା ମହାପୁରୁଷ।।
      ହୋଇବା ନିଶ୍ଚୟ ଭଲ ମଣିଷ
      କହିବେ ସମସ୍ତେ ଜ୍ଞାନୀ ।
      ପ୍ରଶଂସା ପାଇବା ଆମେରେ ଜଗତେ
      ହୋଇବା ଜ୍ଞାନର ଧନୀ ।।
      ଜାଣିବା ଅନେକ ରୋଗ ଔଷଧ
      ଯନ୍ତ୍ର ବଳୟର କଥା ।
      ପଢ଼ିଲେ ବିଜ୍ଞାନ ହେବା ବୈଜ୍ଞାନିକ
      ଗଣିତ, ସାହିତ୍ୟ ତଥା ।।
      ଠକିବାନି ଆମେ ଜୀବନେ କେବେ
      ହୋଇବାଟି ବୁଦ୍ଧିଶାଳୀ ।
      କେତେ କଥା ପୁଣି ଶିଖିବା ସେଠାରେ
      ଗଲେ ଆମେ ଚାଟଶାଳୀ ।।

.                             ସମାପ୍ତ

       

  ଅମରନାଥ ବାରିକ୍
କୟାଁ,ମଙ୍ଗଳପୁର, ଯାଜପୁର
  ୯୫୪୦୩୦୮୦୯୫       (ଦିଲ୍ଲୀ)

Post a Comment

0 Comments