ଏଇ ଛୋଟ ମୋର ଗାଁ - ଜନ୍ମଜୟ ନାୟକ



ଅନାଦି ଆଦିମ କାଳୁ ଗାଁ ର ନାମ,

କିଏ ଦେଇଛି ଭରି ଏତେ ସୁନାମ | ୧|


ଷଠି ପଞ୍ଚୁଆତି ଦେଖିଛି ଗାଁ ମୋର, 

ଯୂଇରେ ଲୀନ ହେବ ଏଠି ଶରୀର |୨|


ସବୁଜିମା ଭରା ଗାଁ ସବୁଜ କ୍ଷେତ, 

ପିଲାଦିନ ସ୍ମୃତି ଚାଟଶାଳୀ ମିତ  |୩|


ଗାଁ ର ସହ ନଈ ଟି ବସିଛି ସାଙ୍ଗ,

ଘନ ବନାନୀ ଗାଁରେ କେତେ ବିହଙ୍ଗ |୪|


ଗୋଧୂଳି ସମୟ ପକ୍ଷୀର ସେ ରାବ, 

ଶାନ୍ତି ଦୂରେଇ ପାରେନି ଅର୍ଥାଭାବ |୫|


ମୋ ପ୍ରତି ସ୍ପନ୍ଦନେ ଅଛି  ନାମ ଗାଁ ର, 

ଭୂଗୋଳପୋଥିରେ ନାହିଁ ନାମ  ତା'ର|୬|


କେଡେ ସୁନ୍ଦର ଗାଁର ଅଭୁଲା ଛବି , 

ଭାଈଚାରା ଗଣ୍ଠି କେମିତି ଭୁଲିବି? |୭|


ଗଢା ମୁଁ ଯାହା ମାଟି ପାଣି ପବନେ, 

ତାହାକୁ ପାଶୋରି ନ ପାରିବି ମନେ |୮|


ଶସ୍ୟଶ୍ୟାମଳା ଗାଁ ଅରଣ୍ୟ ବୁକୁରେ, 

କେତେ ମଧୁର ସ୍ମୃତି ଅଛି ଏଠାରେ |୯|


ବରଷା ଦିନେ କାଗଜଡଙ୍ଗା  ଭସା, 

ମାଛଧରା ଆଉ ବାଲିଘର ନିଶା  |୧୦|


ଚତୁର୍ଦ୍ଦିଗେ କେତେ ଶୋଭା ଵିମଣ୍ଡିତ, 

ବିଶାଳ  ପ୍ରାସାଦ  ନାହିଁ  ଏଠି ସତ  |୧୧|


ସକାଳ  ସୂରୁଜ  ସଞ୍ଜର  ଚନ୍ଦ୍ରମା, 

ବଖାଣି ନ ହେବ  ଗାଁ  ର ଉପମା |୧୨|


     ଜନ୍ମଜୟ ନାୟକ 

     ଶିକ୍ଷକ, ଚିଲିକା ନୋଡାଲ ହାଇସ୍କୁଲ, ପୁରୀ


Post a Comment

0 Comments