ଜଳାଭାବେ ଯେସନ ମୀନ ମରଣ
ଜଳ ଅଭାବେ ପିଣ୍ଡ୍ଡୁ ଯିବ ଜୀବନ
ବର୍ଷା ଆଗମେ ମିଳେ ଯଥେଷ୍ଟ ଜଳ
ତଟିନୀ ସରୋବରେ ଫୁଟେ କମଳ।।
ଶୁଭଇ ଝିଙ୍କାରି ଓ ବେଙ୍ଗୁଲୀ ସ୍ଵନ
ଚାତକ ଆତ୍ମା ତୃପ୍ତ ଲଭି ଜୀବନ
ଜଳ ଲଭି କୃଷକ କରଇ ଚାଷ
ସବୁଜ କ୍ଷେତ ଦେଖି ମନ ହରଷ।।
ପାଦପେ ଦୃଶ୍ୟ ହ୍ୱନ୍ତି ଚିର ହରିତ
ଧରିତ୍ରୀ ମାତା ପିନ୍ଧେ ଶାଗୁଆ ବସ୍ତ୍ର
ସବୁରି ଶରୀରରେ ଜଳ ନିହିତ
ବିଶ୍ବର ତିନି ଭାଗ ଜଳେ ପୁରିତ।।
ଜଳର ଯୋଗୁ ରକ୍ତ ତରଳ ହୁଏ
ଶରୀରେ ବହି ପ୍ରାଣେ ସଂଚରି ଯାଏ
ଜଳ ଯୋଗୁ ପାଦପେ ବୃଦ୍ଧି ଲଭନ୍ତି
ମରତୁ ଖାଦ୍ୟାଭାବ ଦୂର କରନ୍ତି।।
ଜଳ ର ମହିମା କେ ବର୍ଣୀ ନ ପାରେ
ଜଳର ବ୍ୟବହାର୍ଯ୍ୟ ସଚରାଚରେ
ସ୍ଥାବର ଜଙ୍ଗମ ଯେ ଜଳର ଦାନ
ଆପ୍ତ ବାକ୍ୟ ଅଟଇ ଜଳ ଜୀବନ।।
ସନ୍ଧ୍ୟାରାଣୀ ହୋତା
ଡାବୁଗାଁ, ନବରଙ୍ଗପୁର


0 Comments