ଜଳ ହିଁ ଜୀବନ - ଅଶୋକ କୁମାର ପ୍ରଧାନ




ସବୁଜ ସୁନ୍ଦର ଏଇ ମାଟିମାଆ

କୋଳରେ ଆମ ଜନମ ;

ସବୁଠୁଁ ଅଧିକ 

ଜରୁରୀ  ଚିଜ

ଜଳ ହିଁ ଆମ ଜୀବନ              ll 1 ll


ତା ବିହୁନେ ପରା ଏଇ ଧରା ଧାମ

ନିମିଷକେ ହେବ ଧ୍ବଂସ, 


ଜଳ ବହୁଳରେ ଅକାରଣେ ଆହା

ସବୁରି ଜୀବନ ନାଶ              ll 2 ll


କେବେ ଆସେ ଧରି କରାଳର ରୂପ

ସୃଷ୍ଟିକୁ ବିନାଶ କରି;

ଅବା କେବେ ଆସେ ଜୀବରକ୍ଷା ପାଇଁ

ଢ଼ାଳି ସୁଶୀତଳ ବାରି             ll 3 ll


ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ରଚିଛି

ଜଳଚର ଜୀବ ପାଇଁ;

କେବେ ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଇଛି 

ମଧୁର ଆସ୍ବାଦ

ନେଇ            ll 4 ll


ପ୍ରକୃତିର ଏକ ଅସରନ୍ତି ଦାନ

ଅମୂଲ୍ୟ ସମ୍ପଦ 

ହୋଇ ;

ଜୀେବୋଦ୍ଧାରେ ସେବି ନିତ୍ଯ ନିରନ୍ତର


ଅମୃତ ପ୍ରାୟେ ପ୍ରବାହି            ll 5 ll




ଅଶୋକ କୁମାର ପ୍ରଧାନ 

ତର୍କାବେଡା, ହିନ୍ଦୋଳ 

ଢେଙ୍କାନାଳ

ମୋ :9556666355 


Post a Comment

0 Comments