ପ୍ରେମ ରୋଗୀ - ରଶ୍ମିବାଳା ଶତପଥୀ



କେଜାଣି କାହିଁକି ମନେ ପଡେ ଆଜି,

ସେ ଦିନର ସେ ସ୍ମୃତି

ଯୋଉ ଦିନ ତମେ ଚାଲି ଯାଇଥିଲ,

ଦେଇ ତୁମ ପ୍ରତିଶ୍ରୁତି।।


ଅଦିନିଆ ସେଇ ମଳୟ ପବନ, 

କେଉଁଠୁ ଆସିଲା ମାଡି

ଶୁନା ସପନ କୁ ଚୁନା କରିଦେଇ, 

ସବୁ ସେ ଗଲା  ଓଜାଡି।।


ତୁମେ ଗଲା ପରେ ତୁମ ସ୍ମୃତି ନେଇ ,

ବଞ୍ଚିଛି ମୁଁ ଏକା ହୋଇ

ତମେ ନାହ ସିନା ତୁମ ପ୍ରତିଛବି ,

ରହିଛି ମୋ ସାଥୀ ହୋଇ।।


ଏକା ଏକା ହୋଇ ବଞ୍ଚିଛି ଆଜି,

ପିଉଛି ମୁଁ ଆଖି ଲୁହ

ତମେ କି ବୁଝିବା ମନର ବେଦନା,

ହୃଦୟର ଭରା କୋହ।।


ପ୍ରେମର ବାଟରେ ବାଟ ଚାଲୁ ଚାଲୁ,

ପଡ଼ିଛି ମୁଁ ଆଜି ଥକି

ହେଲେ ଏ ସମାଜ କହେ ମୋତେ ଆଜି,

ମୁଁ କୁଆଡ଼େ "ପ୍ରେମ ରୋଗୀ" ।। 


 ରଶ୍ମୀବାଳା ଶତପଥୀ

 ଯାଜପୁର ଟାଉନ୍,ଯାଜପୁର

Post a Comment

0 Comments