ଗାଁ ମୋର ଗାଁ - ଶୁଭମ ବେହେରା



ଗାଁ ମୋର ଗାଁ,କି ସୁନ୍ଦର ତା ନାଁ 

ଏଠି ସୁଲୁ ସୁଲୁ ପବନ ବୋହେ 

ନଈ କୁଲୁ କୁଲୁ ଗୀତ ଗାଏ |

ମଖମଲ୍ଲୀ ଫୁଲ ଖିଲି ଖିଲି ହସେ 

ରଜନୀ ଗନ୍ଧାଟି ମହକ ମହକ ବସେ |

ସୁରୁଜ ବୁଡଇ ଆଶାର ମୁରୁଜ 

       ପବନ ବଜାଇ ଵୀଣା 

ଗାଁ ମୋର ଗାଁ,କି ସୁନ୍ଦର ତା ନାଁ |


ତା ଛାତିରେ ପାଦ ଥାପି ଚାଲି ମୁଁ ଶିଖିଲି 

ଗାଁ ଦାଣ୍ଡେ ଉଡାଇଲି କେତେ ଧୂଳି ବାଲି |

ତା ବଣ ପାହାଡ଼ ବିଲ ନଈ କୂଳେ 

ଖେଳିଛିୁଁ ଯେ ମୁଁ କେତେ ଲୁଚକାଳି |

ତା ନଈ ପୋଖରୀ ଗାଡ଼ିଆ ପାଣିକୁ 

କଲି ଯେ ମୁଁ କେତେ ଗଳି |

କେବେ ହେଲେ ସତେ କେବେ ବି ରାଗେନି 

କବେ ହେଲେ ସତେ ପଦେ ବି କହେନି |

         ସେ ପରା ଆମରି ମାଁ 

ଗାଁ ମୋର ଗାଁ, କି ସୁନ୍ଦର ତା ନାଁ |


ସଞ୍ଜ ହେଲେ ଆକାଶରେ ଜହ୍ନ ମାମୁଟି ହସେ 

ଦୂର କୁଡ଼ିଆରୁ ଧୋରେ ବାଇଆ ଗୀତ ଭାସି ଆସେ |

ବସନ୍ତ ଆସିଲେ ଆମ୍ବଗଛ ଡାଳେ 

କୋଇଲି କୁ କୁ ଗୀତ ଗାଏ |

ଗପ ଶୁଣୁ ଶୁଣୁ ଆଈ ମାଁ କୋଳରେ 

କୁନା କାନ୍ଦୁଥିଲେ ଶୋଇପଡେ |

ଗାଁ ପୋଖରୀ କାଚଫେସୁ ପାଣି 

ଗାଁ ସୁନ୍ଦରୀର ସେ ବାଙ୍କ ଛାଣି |

      କରିଛି ମୋତେ କିମିଆ  

ଗାଁ ମୋର ଗାଁ, କି ସୁନ୍ଦର ତାର ନା |



ଶୁଭମ ବେହେରା 

ମହାଲକ୍ଷ୍ମୀ ପୁର 

ମୋ-7855861526

Post a Comment

0 Comments