
ତୁମେ ଚାନ୍ଦ ମୋର
ହୃଦୟ ଆତ୍ମାର
ସ୍ୱପ୍ନର ନାୟିକା ଟିଏ
ଭଲ ପାଏଁ ବୋଲି
ଆସ ମୋ ନିଦରେ
ପାଦର ପାଉଁଜି କହେ ।।
ପହେଲି ସକାଲେ
ଦେଖା ଦେଲ ମୋତେ
ମଲ୍ଲୀ ଫୁଲ ଯେହ୍ନେ ବାସ
ରସି ଗଲି ତୁମ
ରସ ଆସ୍ୱାଦନେ
ନିତି ମୋ ନିକଟେ ଆସ ।।
ମୋଠାରୁ ଦୂରେଇ
ଚାଲିଯାଅ ଯେବେ
ସପନେ ତୁମକୁ ଖୋଜେ
ରୁଣୁ ଝୁଣୁ ଗୀତ
କାନେ ଶୁଭୁ ଥାଏ
ପାଦର ପାଉଁଜି ବାଜେ ।।
ଋଷି ଗଲେ ତୁମେ
ହଜି ଗଲା ପରି
ପାଦର ପାଉଁଜି ଲିଭେ
ଖୋଜି ବୁଲେ କେତେ
ବନ ଅଗଣାରେ
ମୋ ପାଖେ ନ'ଥାଅ ଯେବେ ।।
ଶ୍ରୀ ପଦ୍ମନ ରଣା
ଗ୍ରା-ଗୌଡ଼ମାଲ ବ୍ଲକ-ଝାରବନ୍ଧ ଜିଲ୍ଲା -ବରଗଡ଼

0 Comments