ପାଦର ପାଉଁଜି - ରଶ୍ମିତା ଦାସ



ରାତିର  ଶୁ ନ ସାନ ନିରୋଳା ରେ

କେହି ଜଣେ ପାଦ ଚିପି ଚିପି ଆସି

ଠିଆ ହୁଏ ମୋ ଅଗଣାରେ

ନିଦ ମୋର ହଜିଯାଏ

ତାର ସେଇ ପାଦର ପାଉଁଜି ଶବ୍ଦରେ


ଝିପି ଝିପି ବର୍ଷା ରେ,ବିଜୁଳି ର ଚମକ୍ ରେ

ଘଡ଼ ଘଡି ସବଦରେ

ଦୂର ଆକଶକୁ ଚାହିଁ

ମନ ମୋର ନାଚୁ ଥାଏ

ତାର ସେଇ ପାଦର ପାଉଁଜି ଶବ୍ଦରେ


ଶୀତ ସକାଳର,ଘାସ ଗାଲିଚା ରେ ଗାଧୁଆ ତୁଠରେ , 

ଗୋଧୂଳି ସନ୍ଧ୍ୟାରେ

ରବିଙ୍କର ରକ୍ତିମ ଆଭାରେ

ଭାବନା ରେ ବୁଡି ଯାଏ ମୁଁ ଯେ

ତାର ସେଇ ପାଦର ପାଉଁଜି ଶବ୍ଦରେ


ତୋଫା ତୋଫା ଜ ହ୍ନ ର

ଜୋ ସ୍ନା ରେ

ପାହାନ୍ତି ର ଛି ଟା ଅନ୍ଧାର ରେ

ହୃ ଦ ୟ ର ଧୀର ସ୍ପନ୍ଦନ ରେ

ଆନନ୍ଦିତ ହୋଇ ଉଠେ ମନ

ତାର ସେଇ ପାଦର ପାଉଁଜି ଶବ୍ଦରେ


ଶସ୍ୟ ଶ୍ୟାମଳ ତରୁଲତା ତଳେ

କଳକଳ ଝରଣାର ଧାରେ

ଓ ଠ ଚାପି ହସି ଉଠେ ମୁଁ ଯେ

ନିଜ ଅଜାଣତରେ

ତାର ସେଇ ପାଦର ପାଉଁଜି ଶବ୍ଦରେ


ମନ ହୁଏ ଆନମନା

ସ୍ବପ୍ନ ସବୁ ଚୁନା ଚୁନା

ଭିଜା ଭିଜା ମୋର ଏଇ

ହୃଦୟରେ

ସ୍ବପ୍ନ ସବୁ ଭାଙ୍ଗି ଯାଏ ମୋ ର

ତାର ସେଇ ପାଦର ପାଉଁଜି ଶବ୍ଦରେ


ରଶ୍ମିତା ଦାସ

ଭଦ୍ରକ

Post a Comment

0 Comments