ପାଦର ପାଉଁଜି - ଓମ୍ ମିଶ୍ର




ପ୍ରେମ ମୋ ପାଇଁ ଅଟେ ପୂର୍ଣ୍ଣିମାର ରାତ୍ରି

ଜହ୍ନ ର ଜୋସ୍ନା ରେ ଭରା

ତୁମ ପାଦର ପାଉଁଜି ଆମ ପ୍ରେମର

ସନ୍ତକ ଅଟଇ ପରା।


ଦେଖି ଦେଲେ ଥରେ ତୁମ ପାଦର ପାଉଁଜି

ମୋ ଦୈହିକ କଷ୍ଟ ଯାଏ ଉଭେଇ

ପବନ ସ୍ରୋତରେ ପାଉଁଜି ର ରୁଣୁଝୁଣୁ ଶଦ୍ଦେ 

ମନ ନାଚେ ମୋର ଗୀତଗାଇ।


ପାଉଁଜି ର ଶବ୍ଦ ମିଠା ଠୁ ମଧୁର

କୋଇଲି ର କଣ୍ଠ ସ୍ୱର

ସେ ଶବ୍ଦର ଆଗେ ବଳି ପଡ଼ିଯିବା

ଝରଣାର ଝରଝର।


ସେ ପାଉଁଜି ଦେଖିଲେ ଆଜି ଏ ମନରେ

ନିଆଁ ଜଳି ଉଠେ କ୍ରୋଧ ହିଂସା ର

ଗୀତ ଗାଏ ପୁଣି ବିରହ ରାଗିଣୀ

 କୋହ ଭରା ହୃଦୟର।


ଅଢେଇ ଅକ୍ଷର ପ୍ରେମର ସନ୍ତକ

ଲଗାଇ ଥିଲା ଦିନେ ମୋ ହୃଦୟେ ପ୍ରୀତି ର ଛୁଆଁ

ଆଜି ମୋ ପାଇଁ ସେ ଅଦିନ କୁହୁଡି

ସବୁ ଲାଗେ ଧୂଆଁ ଧୂଆଁ।


ଓମ୍ ମିଶ୍ର

ସିକୋ,ରାଜକନିକା, କେନ୍ଦ୍ରାପଡ଼ା

Post a Comment

0 Comments