
ସରଗର ଚାନ୍ଦପରି ତୁମ ମୁହଁ
ମନକୁ ମୋ ନେଲା ଟାଣି
ଗୋଲାପି ଗୋଲାପି ଓଠ ଦୁଇ ତୁମ
ଦେଉଛି ହୃଦୟ ହାଣି
ଅଳତା ଲଗା ସେ ଗୋରା ପାଦେ ତୁମ
ପାଉଁଜି କ ଶୋଭାପାଏ
ଥିରି ଥିରି ଯେବେ ଚାଲିଆସ ତୁମେ
ଛମ୍ ଛମ୍ କରି ବାଜେ
ଶାନ୍ତ ହୃଦୟଟା ହୁଏ ମୋ ଅଧିର
ଶୁଣିଲେ ପାଉଁଜି ସ୍ୱର
ନିଦ ହଜିଯାଏ ରାତି ପାହିଯାଏ
ଚେଇଁ ଉଠେ ବାରମ୍ବାର
ଶୂନ୍ ଶାନ୍ ଥାଏ ଆମରି ଅଗଣା
ତୁମ ପାଦ ଯେବେ ପଡେ
ପାଉଁଜି ର ତାଳେ ହୃଦୟ ମନ୍ଦିରେ
ଘଣ୍ଟି ଶୁଭେ ଚାରିଆଡ଼େ
ଶୁଣିବାକୁ ଥରେ ତୁମ ଓଠୁ କଥା
ଅପଲକେ ରହେ ଚାହିଁ
ତୁମ ପାଖେ ମନ ହାରି ମୁଁ ସାରିଛି
ମୁଁ ମୁଁ ହେଇ ଆଉ ନାହିଁ
ଚାଲି ଗଲ ତୁମେ ପଦୁଟେ ନକହି
ହସିଥିଲ ଶେଷ ଥର
ସେହିଦିନୁ ତୁମ ଆସିବା ବାଟକୁ
ନିତି ଖୋଜେ ଆଖି ମୋର
ନାମ - ଯୋଗେଶ୍ୱର ଗହୀର
କେସିଙ୍ଗା, କଳାହାଣ୍ଡି, ମୋ - 8249405395

0 Comments