ପାଦର ପାଉଁଜି - ରଞ୍ଜିତା ମହାନ୍ତି




ନିଶବ୍ଦ ରାତ୍ରିର ଘନ ଅନ୍ଧକାରେ

ଯେବେ ମୋର ପ୍ରିୟା ଆସେ

ଆସୁଛି ବୋଲି ସେ ଆଭାସ ମିଳଇ

 ପାଦର ପାଉଁଜି ଶବ୍ଦେ।

 

ହଳଦୀ ମାଖି ସେ ଗୋରା ଦେହରେ

ପାଦରେ ଟାଣି ଅଳତା ଗାର

ଗୁଣୁ ଗୁଣୁ ହୁଏ ତା ପାଦର ପାଉଁଜି

ସତେ କି ସଙ୍ଗୀତ ସ୍ୱର ।


ମଧୁର ମୂର୍ଚ୍ଛନା ପାଉଁଜି ର ଶବ୍ଦ

ମନ ହୁଏ ଆନମନା

ପ୍ରୀୟସି ଗୋ ତୁମ ରୂପ ଦେଖିବାକୁ

ଆଖି ଖୋଜେ ବାହାନା।


ନାମ- ରଞ୍ଜିତା ମହାନ୍ତି

ସମ୍ପାଦିକା- କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକା,

ବାଲେଶ୍ଵର

Post a Comment

0 Comments