ପାଦର ପାଉଁଜି - ନନ୍ଦଲାଲ୍ ସେଠୀ




କୁଳୁକୁଳୁ ଶୁଭେ ଝରଣାର ନାଦ

               ଏଇ ଯେ ବନ ମଧ୍ଯେ 

ରସିକ ନାଗର କାଳିଆ  କାହ୍ନୁ

           ଖୋଜେ କହି ରାଧେରଧେ । 


ପୁଷ୍ପ ସୁବାସିତ ମହକ ଆଜି

        ଘୂରିବୁଲେ ବନରାଜିରେ

କେଉଁଟି ସୁଭୁଛି  ମଧୁର ଶବଦ

      କାହ୍ନା ଆଜି କାନ  ଡେରେ  । 


ଏଇ ଯେ ରାଧୀକା  ବସିଅଛି

     ପୁଣି ତଟୀନି କୂଳରେ ରୂଷି

ଗୋପାଳ ଉପରେ ଅଭିମାନ କରି

        ମନେ ମନେ ଅଗ୍ନି  ବର୍ଷି  । 


କି କାରଣେ ଏ ଅଭିମାନ ତୁମ

      କହିବ ମୋତେ  କି   ରାଧେ

ପ୍ରିୟା ଦେଖାନାହିଁ କାହିଁ ଯେ ତୁମ୍ଭର

      କି ଦୋଷେ ରୂଷିଲ  ବୋଧେ  । 


ଆଣିଛି ମୁଁ ଆଜି ତୁମରି ପାଇଁକି

          ପିନ୍ଧିବ ବୋଲି  ପାଉଁଜି 

ରାର ଅଭିମାନ ରୋଷ ଭୁଲିକରି

         ଆସଗୋ  ରାଧେ ବିରଜି। 


ମୁରୁକି ହସିଣ ରାଧୀକା ରାଣୀଜେ

               କାହ୍ନା କଥାହୋଇ ରାଜି

ଉପହାର ଆଜି ଆଣିଛି ଶ୍ରୀ କାହ୍ନା

          ସେ ତ ପାଦର  ପାଉଁଜି।


         ନନ୍ଦଲାଲ୍ ସେଠୀ

         ରାମତରା, ଓଲରା

          ଜଗତସିଂହପୁର

Post a Comment

0 Comments