
ପାଉଁଜିର ଶବ୍ଦ ମହୁଠୁ ମଧୁର.
କୋଇଲିର କଣ୍ଠସ୍ୱର,
ମୋ ଦୈହିକ କଷ୍ଟ ଉଭେଇଣ ଯାଏ
ରୁମଝୁମ ଶବ୍ଦେ ତାର "
ପାଦର ପାଉଁଜି ନାରୀର ଭୂଷଣ
ଭାରତୀୟ ସମାଜର,
ମଧୁର ମୂର୍ଚ୍ଛନା ପାଉଁଜିର ଶବ୍ଦ
ଚାଲିଗଲେ ପ୍ରିୟା ମୋର "
ନିଶବ୍ଦ ରାତ୍ରର ଘନ ଅନ୍ଧାରରେ
ପ୍ରିୟା ମୋର ଯେବେ ଆସେ,
ପ୍ରିୟସୀ ଗୋ ତୁମ ରୂପେ ଦେଖିବାକୁ
ମନ ମୋର ହୁଏ ଉଲ୍ଲାସେ "
ଚମ୍ପା ଫୁଲ ପରି ପାଦରେ ତୁମର
ମଲ୍ଲି ସଦୃଶ ପାଉଁଜି,
ପାଉଁଜି ଶବ୍ଦରେ ମୋ ମନ ବେଳାରେ
ସ୍ୱପ୍ନ ଦେଖେ ଆଖିବୁଜି "
ସକାଳ ସୂର୍ଯ୍ୟର ପହିଲି କିରଣ
ତୁମର ପ୍ରଥମ ସ୍ପର୍ଶରେ,
ସାଇତି ରଖିଛି ଅଭୁଲା ସ୍ମୁତିକୁ
ରହିବ ଯୁଗ ଯୁଗରେ "
ନାମ --ଦୁଷ୍ମନ୍ତ ସାହୁ,
ଗ୍ରା /ପୋ --ବାରଗୌଣିଆଁ, ବନ୍ତଳା, ଅନଗୁଳ,
ମୋବାଇଲ --7735826500

0 Comments