ପାଦର ପାଉଁଜି - ରଶ୍ମିବାଳା ଶତପଥୀ




ପ୍ରେମର ପ୍ରଥମ ଉପହାର

ଆଜି ବି ଅଛି ମନେ,

ପାଉଁଜି ପାଦକୁ ସିନ୍ଦୂର ମଥା କୁ

ଶଙ୍ଖା ଦୁଇପଟ ଦେଇଥିଲ ତୁମେ।୧।


ନବ ବଧୂ ବେଶେ ଆସିଥିଲି ଯେବେ

ପାଦରେ ପାଉଁଜି ପିନ୍ଧି,

ତା ସାଙ୍ଗେ ପାଦେ ନାଲି ଅଳତା

ଚାଲୁ ଚାଲୁ ହେଉଥିଲି ଛନ୍ଦି।୨।


ମୋର ସେ ପାଦର ପାଉଁଜି ଶବଦ

ଯେବେ ଶୁଣି ନିଅ ତୁମେ,

ଆଖିରୁ ନିଦ ଚାଲିଯାଏ ତୁମ

ପାଖେ ପାଇବାକୁ ଇଚ୍ଛା ହୁଏ ମନେ।୩।


ରୁଣୁ ଝୁଣୁ ମୋ ପାଦର ପାଉଁଜି

ତୁମ ମନ କିଣି ନିଏ,

ମୋତେ ପାଖରେ ପାଇବାକୁ ତୁମେ

ଉଚ୍ଛନ୍ନ ମନଟା ହୁଏ।୪।


ପ୍ରଥମ ଉପହାର ସାଇତି ରଖିଛି

ସାଇତିଛି ଅଭୁଲା ସ୍ମୃତି,

ସତେକି  ସେ ପାଉଁଜି ନୁହେଁ

ମୋ ପାଇଁ  କି ହୀରା ମୋତି।୫।


ପ୍ରେମିକ ପାଗଳ ତମେ ମୋର

ଇହ କାଳର ଦେବତା,

ତୁମ ପ୍ରେମ ସ୍ମୃତିରେ ବନ୍ଧା ଏ ମନ

ହୃଦୟରେ ଅଛି ସାଇତା।୬।


- ରଶ୍ମୀ ବାଳା ଶତପଥୀ

 ଯାଜପୁର ଟାଉନ୍,ଯାଜପୁର


Post a Comment

0 Comments