ପାଦର ପାଉଁଜି - ସୁଦୀପ୍ ଚୌଧୁରୀ




ବର୍ଣ୍ଣେ ବିଭାବରୀ ତୁହି ଲୋ ସୁନ୍ଦରୀ

       କୁଶେଶୟ ପ୍ରାୟ ପାଦ,

ପାଦ ଯୁଗଳେ ତୋ ଶୋଭିତ ପାଉଁଜି

       ମୁଗ୍ଧ କରେ ତା'ର ନାଦ ।        (୧)

 ଅଲକ୍ତ ବର୍ଣ୍ଣର ପାଦ ଯେ ତୋହର

      ପାଉଁଜି ଶୋହେ ସେଥିରେ,

 ସେହି ପାଉଁଜିର ଲଳିତ ସ୍ବର ଯେ

      ମତୁଆଲା ମୋତେ କରେ ।      (୨)

ଶୁଭେ ରୁଣୁଝୁଣୁ ତୋ ପାଉଁଜି ବେଣୁ

          ମନ ପୁଲକିତ ହୁଏ,

  ସେ ରୁଣୁଝୁଣୁରେ ପଞ୍ଚମ ରାଗିଣୀ

         ମନେ ଗୁଣୁଗୁଣୁ ଗାଏ ।         (୩)

  ଶୟନ କାଳରେ ସପନେ ଦେଖଇ

          ଆସୁଅଛୁ ତୁହି ମିତ,

  ପାଦର ପାଉଁଜି ତୋଳଇ ମୂର୍ଚ୍ଛନା

         ସପ୍ତସୁରେ ଗାଏ ଗୀତ ।         (୪)

 ସୁନା ପାଦରେ ତୋ ରୂପାର ପାଉଁଜି 

       ଦିଶେ କେଡେ ମନଲୋଭା,

 ଅତୁଳନୀୟ ଯେ, ସେ ଶୋଭା ଅଟଇ 

         କିବା ପଟାନ୍ତର ଦେବା ।          (୫)

    

       ସୁଦିପ୍ ଚୌଧୁରୀ 

      ଯଦୁପୁର, କେନ୍ଦ୍ରାପଡା 

       ୯୩୪୮୮୫୭୬୩୦

Post a Comment

0 Comments