
ପାଗଳ କରୁଛି ତୋ ପାଦ ପାଉଁଜି
ନିତି ସପନରେ ଆସି
ନିଃଶବ୍ଦ ରାତିରେ ନିଦ ମୋ ଭାଙ୍ଗଇ
ଶୟନ ଶେଜରେ ବସି l
ରୁଣୁଝୁଣୁ ତା'ର ପାଦର ପାଉଁଜି
ବିମୋହିତ ମୋତେ କରେ
ସାତ ସୁରର ତା' ନୀରବ ରାଗିଣୀ
ମୋତେ ତ ଝୁରେଇ ମାରେ l
ପାଉଁଜି ଲଗା ତା' ପାଦ ଶବ୍ଦ ଶୁଣି
ମନେ ଖେଳେ ଶିହରଣ
ତା' ମିଠା ସ୍ମୃତିରେ ନିଦ ହଜି ଯାଇ
ଶୁଭେ ଖାଲି ଗୁଞ୍ଜରଣ l
ପାଉଁଜି ପିନ୍ଧିଲେ ଲାଗୁଥାଏ ସିଏ
ସତେ ଅବା ରାଜକନ୍ୟା
ବିନା ବରଷାରେ ଶ୍ରାବଣୀ ସାଜି କି'
ତୋଳେ ସେ ପ୍ରେମର ବନ୍ୟା l
ଆଜି ବି ତ ମୁହିଁ ଆନମନା ହୁଏ
ତା' ପାଉଁଜି ଶବଦରେ
ଅପରାହ୍ନ ଲାଗେ ପାହାନ୍ତିଆ ପରି
କେଜାଣି କାହିଁ ମୋତେରେ l
ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ
ସାନ୍ତରାପଲ୍ଲୀ, ଗଞ୍ଜାମ
ମୋ:9861638736

0 Comments