
ଅଳସୀପ୍ରିୟା ତୁମସଜଫୁଟା ମୁହଁ
ଲାଗେ ସତେ ଫୁଲ କଢି
କଜ୍ଜଳ ଲଗା ଆଖି ତୁମ ରୁଣୁଝୁଣୁ
ଚୁଡି
ତା ସାଥେ ତୁମ ପାଦ ପାଉଁଜୀ
ନେଉଛି ତୁମ ପାଖକୁ ଟାଣି(1)
ଚଗଲି ପିଆସୀ ଲାଗୁଛ ସୁନ୍ଦରୀ
ଆସିଛ ଯେଵେ ଛାତିର ଦରଜା
ଡେଇଁ
ତୁମ ଅଶ୍ରୁତ ପାଦ ଶଦ୍ଦରେ
ଚେଇଁ ଉଠେ ମୁଁ କାଇଁ ଜାଣେ
ନାହିଁ (2)
ତୁମ ଅଳତା ଲଗା ପାଦ
ତା ସାଥେ ପାଉଁଜୀ ସ୍ଵର
ସତେ କି ଲାଗେ ସଙ୍ଗୀତର
ସାତସୁର
କରେ ମତେ ଵିମୋହିତ (3)
ସଜ୍ଜଳ ମଖା ତୁମ ହଳଦୀ ଦେହ
ନାଲୀରଙ୍ଗର ରେଶମୀପାଟ ସହ
ପାଦଚାପି ଚାପି ଯେଵେ ଚାଲି
ଯାଅ
ନଜର ଆଢୁଆଳେ ମତେ ଵାନ୍ଧି
ରଖ(4)
ପ୍ରିୟା ମୋ ତୁ ନୁହେଁ ଏକ କଳ୍ପନା
ସ୍ବପ୍ନ ମୋର ସତ ହେଵ କେଵେ
ଜାଣେନା
ମନର ତୂଳୀରେ ଆଙ୍କି ତୋ ରୂପ
ନିତି ସପନେ ଶୁଣେ ତୋ ପାଦ
ପାଉଁଜୀର ଶଵଦ(5)
ତେଜସ୍ଵିନୀ ସାମଲ
ରାଜକନିକା ,କେନ୍ଦ୍ରାପଡ଼ା

0 Comments