ତୋତେ ପାଇ - ସୁଖରାମ ମଲ୍ଲିକ



ବାସ୍...ଆଉ କିଛି ଲୋଡ଼ା ନାହିଁ

ଥରୁଟିଏ ଦେଖିଦେଲେ ତୋତେ, 

କ୍ଲାନ୍ତ ଅବସାଦ ମନ ମୋର

ହଲଚଲ୍ ହୁଏ  ତୋରି ସ୍ପର୍ଶରେ।। 


ତୋ ଆଖି ର ଗଭୀର ସମୁଦ୍ର

ତରଂଗାୟୀତ ହୁଏ ପଲକ ପଡିଲେ

ଇଚ୍ଛା ହୁଏ ବୁଡିଯାନ୍ତି ତହିଁ,

ମନ ଅମାନିଆଁ କେତେ ଆଶା କରେ।। 


ଆଶା କରେ ବୋଲି ବଞ୍ଚିଛି ଏ ଯାଏ

ସମୟ ସରେନାହିଁ ତୋରି ଚିନ୍ତା ରେ, 

ଦୁଃଖ କଷ୍ଟ ସବୁ ସହିଅଛି

ତୁ ଅଛୁ ବୋଲି ମୋ ପାଖରେ ।। 


ନିଦାଘ ଜୀବନଟା ବେଳେବେଳେ

ଖେଳେ ଖରାଛାଇ

ଜୀବନ ଖେଳରେ ଉତୀର୍ଣ ହୁଏ ମୁଁ,

ପାଶେ ତୋତେ ପାଇ।।


ସୁଖରାମ ମଲ୍ଲିକ

କୁଟଶିରା, ଖାରୀ,ସୁବର୍ଣ୍ଣପୁର

Post a Comment

0 Comments